fbpx

ମହାବିଷୁବ ସଂକ୍ରାନ୍ତି ପରେ ବଦଳିବ ଏହି ଚାରିଟି ରାଶିର ଭାଗ୍ୟ , ମିଳିବ ଅତ୍ୟନ୍ତ ଶୁଭ ଫଳ

ନୂଆଦିଲ୍ଲୀ : ଆସନ୍ତା ଶୁକ୍ରବାର ୧୪ ଏପ୍ରିଲରେ ପଣା ସଂକ୍ରାନ୍ତି ପର୍ବ ପାଳନ କରାଯିବ। ଏହି ଦିନ ସୂର୍ଯ୍ୟ ମୀନ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ । ପ୍ରତି ସଙ୍କ୍ରାନ୍ତି ଦିନ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିରେ ପ୍ରବେଶ କରନ୍ତି । ଏହାର ପ୍ରଭାବ ଅନେକ ରାଶି ଉପରେ ପଡେ । କେଉଁ ରାଶିକୁ ଶୁଭ ଫଳ ମିଳେ ତ ଅନ୍ୟ କେଉଁ ରାଶିର ଅଶୁଭ ହୁଏ । ତେବେ ଆସନ୍ତୁ ଜାଣିବା ଏହି ପଣା ସଂକ୍ରାନ୍ତି ପରେ କେଉଁ ରାଶିକୁ କି ଫଳ ମିଳିବ । ଶୁଭ ନା ଅଶୁଭ ଫଳ ।

ମେଷ: ଏହି ସଂକ୍ରାନ୍ତି ପରେ ମେଷ ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ହେବାକୁ ଯାଉଛି । ଏହି ଦିନ ଦେବୀ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ । ବ୍ୟବସାୟ ଚାକିରି କ୍ଷେତ୍ରରେ ଲାଭ ହେବ ।

ମୀନ: ଏହି ରାଶିର ଲୋକଙ୍କର ଅର୍ଥନୈତିକ କ୍ଷେତ୍ରରେ ବୃଦ୍ଧି ଘଟିବ । ପାରିବାରିକ ଜୀବନ ସୁଖରେ ରହିବ । ମାତା ଲକ୍ଷ୍ମୀଙ୍କୁ ବିଶେଷ ଆଶୀର୍ବାଦ ମିଳିବ । ଖର୍ଚ୍ଚ ହ୍ରାସ ହେବ ଏବଂ ସମ୍ମାନ ବୃଦ୍ଧି ପାଇବ । ଏହା ବ୍ୟତୀତ ଆୟରେ ବୃଦ୍ଧି ଘଟିବ।

ଧନୁ : ଧନୁ ରାଶି ଲୋକଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ହେବ। ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଏହି ରାଶିର ଲୋକଙ୍କ ଉପରେ ରହିବ। ଧନ ଲାଭ ହେବ । ଖର୍ଚ୍ଚ ନିୟନ୍ତ୍ରଣରେ ରହିବ । ବ୍ୟବସାୟରେ ବୃଦ୍ଧି ଘଟିବ । ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବ ।

ବିଛା: ଏହି ରାଶିର ଲୋକଙ୍କ ପାଇଁ ପଣା ସଂକ୍ରାନ୍ତି ଅନୁକୂଳ ଫଳାଫଳ ଆଣିବାକୁ ଯାଉଛନ୍ତି । ପାରିବାରିକ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ନୂତନ ଯାନ ବାହନ କିଣିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.