fbpx

ହତ୍ୟା କରି କୁମ୍ଭୀରକୁ ଖୁଆଇଦେଲେ ମୃତଦେହ, ଭଉଣୀ ପ୍ରେମକୁ ଭାଇ ଏପରି କଲା THE END

Advertisement

ନୂଆଦିଲ୍ଲୀ: ରାଜସ୍ଥାନର ଘୋଲପୁର ଜିଲ୍ଲାରେ ଏକ ଭୟଙ୍କର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ହତ୍ୟାକାଣ୍ଡର ଦେଢ ମାସ ପରେ ବି ପୋଲିସକୁ ମିଳିପାରିନି ମୃତଦେହ । ହେଲେ ହତ୍ୟାକାରୀ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ପୂର୍ବରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବର୍ତ୍ତମାନ ଆଉ ୨ଜଣଙ୍କୁ ପୋଲିସ ଗିରଫ କରିଛି । ଯେଉଁମାନେ ଖସି ପଳାୟନ କରୁଥିଲେ ।

ପୋଲିସ କହିବାନୁଯାୟୀ ଗିରଫ ହୋଇଥିବା ଗୌରବ ଠାକୁରଙ୍କ ଭଉଣୀ ସେହି ଗ୍ରାମରେ ରହୁଥିବା ଆନନ୍ଦ ଶର୍ମା ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଗୌରବ ଥରେ ଆନନ୍ଦ ଶର୍ମାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, ହେଲେ ସେ ତାଙ୍କ ଭଉଣୀଙ୍କ ପିଛା ଛାଡୁନଥିଲେ । ଏହି କଥାକୁ ନେଇ ବିବାଦ ହୋଇଥିଲା ଏବଂ ଗୌରବ ନିଜ ସାଙ୍ଗମାନଙ୍କ ସହ ମିଶି ଆନନ୍ଦଙ୍କୁ ହତ୍ୟା କରିଥିଲେ ।

ହତ୍ୟା କରାଯିବା ପରେ ସେମାନେ ଆନନ୍ଦ ଶର୍ମାଙ୍କ ଶବକୁ ଭୋକିଲା କୁମ୍ଭୀର ସାମ୍ନାରେ ଫୋପାଡି ଦେଲେ । ପୋଲିସ ଆନନ୍ଦଙ୍କ ମୃତଦେହକୁ ଏପର୍ଯ୍ୟନ୍ତ ଖୋଜି ପାଇ ନାହିଁ । ପୋଲିସ ଏହି ହତ୍ୟାକାଣ୍ଡରେ ୩ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । ପୋଲିସ ଏବେ ବି ଘଟଣାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.