fbpx

ରାଜ୍ୟସଭା ତାଲିକା ଜାରି ପରେ ଜୋର୍ ଧରିଲା କଂଗ୍ରେସର ଅନ୍ତଃକନ୍ଦଳ

ନୂଆଦିଲ୍ଲୀ : ରାଜ୍ୟସଭା ସଦସ୍ୟ ତାଲିକା ଜାରି ହେବା ପରେ କଂଗ୍ରେସ ମଧ୍ୟରେ ଅନ୍ତଃକନ୍ଦଳ ଅଧିକ ଘନୀଭୂତ ହୋଇଛି । ଇତିମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ସହ ଫୋନ୍ ରେ ଆଲୋଚନା କରିଛନ୍ତି । ଦଳର ଅନ୍ୟତମ ବରିଷ୍ଠ ନେତା ଆନନ୍ଦ ଶର୍ମା ବିଜେପି ଅଧ୍ୟକ୍ଷଙ୍କୁ ସାକ୍ଷାତ କରିଥିବା ଗଣମାଧ୍ୟମରେ ଜୋର୍ଧ ରିବା ପରେ ସେ ଏହାକୁ ଖଣ୍ଡନ
କରିଛନ୍ତି । ସେହିପରି ମହାରାଷ୍ଟ୍ରର ପୂର୍ବତନ ବିଧାୟକ ଆଶିଷରାଓ ଦେଶମୁଖ ମହାରାଷ୍ଟ୍ର କଂଗ୍ରେସ ମହାସଚିବ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ କଂଗ୍ରେସ ସ୍ଥାନୀୟଙ୍କୁ ଅଣଦେଖା କରି ବାହାର ବ୍ୟକ୍ତିଙ୍କୁ ଅଧିକ ଅଗ୍ରାଧିକାର ଦେଉଛି ଯାହାକି ଆଗାମୀ ଦିନରେ ଦଳକୁ ଏହାର ପରିଣାମ ଭୋଗିବ ।

ସେହିପରି ଏଆଇସିସି ସଦସ୍ୟ ବିଶ୍ୱନ୍ଧୁ ରାୟ ଦୁଇପୃଷ୍ଠାର ଏକ ଚିଠି ସୋନିଆ ଗାନ୍ଧୀଙ୍କୁ ଲେଖି ସେଥିରେ ଦର୍ଶାଇଛନ୍ତି କି ଯେଉଁ ବ୍ୟକ୍ତି ୬ଲକ୍ଷ ଭୋଟରୁ ଅଧିକ ଭୋଟ୍ରେ ନିର୍ବାଚନ ହାରିଯାଇଛନ୍ତି ସେମାନଙ୍କୁ କେଉଁ ପରିସ୍ଥିତିରେ ଦଳ ରାଜ୍ୟସଭା ପଠାଉଛି । ଏଥର କଂଗ୍ରେସ ୧୦ଜଣଙ୍କୁ ରାଜ୍ୟସଭା ପଠାଇପାରେ ମାତ୍ର ୨୦ଜଣରୁ ଅଧିକ ଆଶାୟୀ ଦୌଡ଼ରେ ଅଛନ୍ତି । ଏମାନଙ୍କ ମଧ୍ୟରେ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, କପିଳ ସିବଲଙ୍କ ଭଳି ବରିଷ୍ଠ ନେତା ସାମିଲ ଥିବା ଜଣାଯାଇଛି ।

Get real time updates directly on you device, subscribe now.