fbpx

Video; ମମତା ଆଉ କ’ଣ କି? ବାଘୁଣୀ ମରିଗଲା ପରେ, ତା ଛୁଆଙ୍କୁ କ୍ଷୀର ଦେଲା ମା କୁକୁର…

ଓଡ଼ିଶା ଭାସ୍କର: ଏକ ପ୍ରାଣୀର ଜୀବନ ମାଆ ମାଧ୍ୟମରେ ହିଁ ଏ ସଂସାରକୁ ଆସିଥାଏ। ହେଲେ କେବଳ ଜୈବ ଦୃଷ୍ଟି କୋଣରୁ ଜନ୍ମ ଦେବାରେ ସୀମିତତା କ’ଣ ମାତୃତ୍ୱ ? ମାତୃତ୍ୱର ସ୍ବରୂପ ଓ ବିସ୍ତାର ଅନେକ । ଜନ୍ମ ନ ଦେଇ ମଧ୍ୟ ଲାଳନପାଳନ କରିବା, ସେବା କରିବା, ନିଜକୁ ନିଃଶେଷ କରି ଅନ୍ୟକୁ ସମୃଦ୍ଧ କରିବା ମାତୃତ୍ୱର ରୂପ। ଯାହାର ଏକ ବଳିଷ୍ଠ ଉଦାହରଣ ଆଜି ଆପଣଙ୍କ ପାଖରେ ରଖୁଛୁ । ଯେଉଁଠି ତିନିଟି ବାଘ ଛୁଆକୁ ନିଜର କରି ଯତ୍ନ ନେଉଛି ଏକ ମାଆ କୁକୁର ।

ଚିଡ଼ିଆଖାନା ପରିସରରେ ନିଜ ଛୁଆ ଭଳି ବାଘ ଛୁଆମାନଙ୍କ ଯତ୍ନ ନେଉଛି ମାଆ କୁକୁର । ଆଜିର ସମାଜରେ ମଣିଷ ଯେଉଁଠି ନିଜ ସ୍ଵାର୍ଥ ପାଇଁ ନିଜ ପରିବାର କିମ୍ଵା ପ୍ରିୟଜନଙ୍କୁ ମାରିଦେବାକୁ ପଛାଉନାହାନ୍ତି, ସେଠି ଏପଶୁଟିର ମାତୃତ୍ଵ ଏକ ବଡ଼ ଶିକ୍ଷା। ଆଜିର ମଣିଷ, ସନ୍ଦେହର ବିଷ ଭାବନାରେ ନିଜେ ଗଢିଥିବା ସମ୍ପର୍କକୁ ତଣ୍ଟି ଚିପି ମାରିଦିଏ । ସେମାନେ ଥରେ ଏଦୃଶ୍ୟ ଦେଖନ୍ତୁ…

ଯେତେବେଳେ ପ୍ରାଣୀ ଉଦ୍ୟାନ ରକ୍ଷକମାନେ ଅନୁସନ୍ଧାନ କଲେ, ଏହି ହୃଦୟ ବିଦାରକ ସତ୍ୟ ସାମ୍ନାକୁ ଆସିଲା । ଦିନେ, ଜଣେ ପର୍ଯ୍ୟଟକ ଚିଡ଼ିଆଖାନା ପରିଦର୍ଶନ କଲେ ଯେଉଁଠାରେ ବାଘ ଛୁଆମାନେ ବଡ଼ ହୋଇଥିଲେ । ସେମାନଙ୍କୁ ପାଳିଥିବା ମାଆ କୁକୁର ମଧ୍ୟ ସେଠାରେ ଥିଲା। ବାଘ ଛୁଆମାନଙ୍କ ବିଷୟରେ ସେମାନେ ଯାହା ଜାଣିବାକୁ ପାଇଲେ ତାହା ଚିଡ଼ିଆଖାନାରେ କାମ କରୁଥିବା ସମସ୍ତଙ୍କୁ ଚକିତ କରିଦେଇଥିଲା ।

Get real time updates directly on you device, subscribe now.