fbpx

ଟ୍ୱିଟର- ଫେସବୁକ ପରେ ଆମାଜନରେ ବଡ ଛଟେଇ, ସଂଖ୍ୟାଧିକ କର୍ମଚାରୀଙ୍କୁ କାଢିବା ନେଇ ଚାଲିଛି ପ୍ରସ୍ତୁତି

ହାଇଦ୍ରାବାଦ: ଆଗକୁ ଆମାଜନ କମ୍ପାନୀର ଦଶ ହଜାର କମୀଚାରୀଙ୍କୁ କଢାଯିବା ନେଇ ପ୍ରସ୍ତୁତି ଚାଲିଛି । ଟ୍ୱିଟର ଓ ମେଟା କମ୍ପାନୀର ଦୁନିଆରୁ ଲୋକମାନଙ୍କ ଚାକିରୀ ଉପରେ ଘୋର ସଙ୍କଟ ଦେଖାଦେଇଛି । ତେବେ ସୋମବାର ଦିନ ନ୍ୟୁୟର୍କ ଟାଇମ୍ସ ସୂଚନା ଅନୁଯାୟୀ ଆମାଜନ ଲେ ଅଫ ଯୋଜନାରେ ପାଖାପାଖି ୧୦,୦୦୦ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିବା ପାଇଁ ରୂପରେଖ ପ୍ରସ୍ତୁତି ଚାଲିଛି ।

ତେବେ ରିପୋର୍ଟ ଅନୁସାରେ ଅମାଜନ ପ୍ରଥମେ ସେପ୍ଟେମ୍ବରରେ ଏକ ଛୋଟ ଟିମର ନିଯୁକ୍ତିରେ ରୋକ ଲାଗାଇଥିଲା । ଏହାପରେ ଅକ୍ଟୋବର ମାସରେ ଆମାଜନ ନିଜର ରିଟେଲ ବ୍ୟବସାୟରେ ୧୦,୦୦୦ ରୁ ଅଧିକ ଚାକିରୀଙ୍କ ଭର୍ତ୍ତି ପ୍ରକ୍ରିୟାକୁ ବନ୍ଦ କରିଦେଇଥିଲା । କିନ୍ତୁ ପୂର୍ବ ସପ୍ତାହରେ ସେ ନିଜର କ୍ଲାଉଡ କମ୍ପ୍ୟୁଟିଙ୍ଗ ଡିଭିଜନରେ ଅନ୍ତର୍ଭୁକ୍ତ କମ୍ପାନୀର କର୍ପୋରେଟ ହାୟରିଙ୍ଗ ପଦବୀକୁ ମଧ୍ୟ ବନ୍ଦ କରିଦେଇଥିଲା । ସେହିପରି ଏନୱାଇଟି ରିପୋର୍ଟ ମୁତାବକ ଏହି ସଂଖ୍ୟାରେ ଆମାଜନର କର୍ପୋରେଟ କର୍ମଚାରୀ ମାନଙ୍କ ପାଖାପାଖି ତିନି ପ୍ରତିଶତ ଅଛି ଏବଂ ଅନ୍ୟ କମ୍ପାନୀରେ କାମ କରୁଥିବା ଲୋକମାନଙ୍କ ମଧ୍ୟରୁ ସମୁଦାୟ ୧.୫ ମିଲିୟନ ଷ୍ଟାଫର ଏକ ପ୍ରତିଶତରୁ କମ ଅଛି ।

ତେବେ ଏନୱାଇଟି ରିପୋର୍ଟରେ କୁହାଯାଇଛି ଯେ, ଆମାଜନର ଏହି ଛଟେଇ କମ୍ପାନୀର ଡିଭାଇସ ଅର୍ଗାନାଇଜେସନ ରେ ହେବ । ଏଥିରେ ଭଏସ ଆସିଷ୍ଟାଣ୍ଡ ଆଲେକ୍ସା, ରିଟେଲ ଡିଭିଜନ ଏବଂ ହ୍ୟୁମାନ ରିସୋର୍ସ ମଧ୍ୟ ଆନ୍ତର୍ଭୁର୍କ୍ତ ଅଛନ୍ତି ।

 

Get real time updates directly on you device, subscribe now.