fbpx

ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ, ଦୁଇ ଦଶକ ପରେ ଆମେରିକୀୟ ସେନା ଛାଡ଼ିଲେ ବଗରାମ ଏୟାରଫିଲ୍ଡ

କାବୁଲ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘୋଷଣା ମୁତାବକ ଆଫଗାନିସ୍ତାନରୁ ଆମେରିକା ଏବଂ ନୋଟୋ ସେନାଙ୍କ ପ୍ରତ୍ୟାହାର ଆରମ୍ଭ ହୋଇଯାଇଛି । ମିଡିଆ ରିପୋର୍ଟ ମୁତାବକ, ଆମେରିକାର ସୈନ୍ୟ ତାଲିବାନ୍ କୁ ବାହାର କରିବା ପାଇଁ ଏବଂ ୯/୧୧ ଆକ୍ରମଣର ଅଲ-କାଏଦା ଅପରାଧିଙ୍କୁ ଜବାବ୍ ଦେବା ପାଇଁ ନିଜର ଯୁଦ୍ଧ କେନ୍ଦ୍ର ବଗରାମ ଏୟାରଫିଲ୍ଡକୁ ଛାଡିଛି । ଏଠାରୁ ଆମେରିକା ସେନା ପ୍ରାୟ ୪୦ ବର୍ଷ ପରେ ପ୍ରତ୍ୟାହାର ହୋଇଛନ୍ତି ।

ଆମେରିକା ପକ୍ଷରୁ ମେ ୧ ତାରିଖରୁ ସେନା ପ୍ରତ୍ୟାହାରର ନିଷ୍ପତି ନେଇଛନ୍ତି । ପୁରା ସେନାଙ୍କ ପ୍ରତ୍ୟାହାର ୨୦୨୧ ସେପ୍ଟେମ୍ବର ୧୧ ତାରିଖ ଭିତରେ ହୋଇଯିବ ବୋଲି କୁହାଯାଇଛି । ଏହି ଦିନ ୱର୍ଲ୍ଡ ଟ୍ରେଡ୍ ସେଣ୍ଟର ଉପରେ ହୋଇଥିବା ଆକ୍ରମଣକୁ ୨୦ ବର୍ଷ ପୁରିଯିବ । ତେବେ ଆଫଗାନିସ୍ତାନରେ ବର୍ତ୍ତମାନ ୨୫୦୦ରୁ ଅଧିକ ଆମେରିକୀୟ ସେନା ଏବଂ ୭୦୦୦ ନାଟୋ ସେନା ମୁତୟନ ଅଛନ୍ତି । ସେହି ସ୍ଥାନରୁ ଧୀରେ ଧୀରେ ସେନା ପ୍ରତ୍ୟାହାର ଆରମ୍ଭ ହେଉଥିବା ଖବର ଆସୁଛି ।

Get real time updates directly on you device, subscribe now.