fbpx

ପୁଣି ମହାନଦୀରେ ଫସିଛି ହାତୀ: ଜଳସ୍ତର ବଢିଯିବାରୁ ପାଣିରୁ ବାହାରି ପାରିଲାନି ଗଜ

କଟକ: ପୁଣିଥରେ ମହାନଦୀ ପାଣିରେ ଫସିଛି ଏକ ହାତୀ । ବାଙ୍କୀ କୁରୁମଚଇନି ନିକଟ ମହାନଦୀରେ ଏକ ହାତୀ ଫସି ରହିଥିବା ଜାଣିବାକୁ ମିଳିଛି । ପାଣିରେ ଥିବା ବେଳେ ହଠାତ ଜଳସ୍ତର ବୃଦ୍ଧି ପାଇବାରୁ ନଦୀ ଭିତରୁ ବାହାରିବାରେ ଅସମର୍ଥ ହୋଇଛି ଗଜରାଜ । ଦୁଇଟି ହାତୀ ପାଣି ଭିତରକୁ ଯାଇଥିବା ବେଳେ ଗୋଟିଏ ହାତୀ ପାଣିରୁ ବାହାରି ଆସିଛି । କିନ୍ତୁ ଏହି ହାତୀଟି ପାଣି ଭିତରେ ପସି ରହିଛି । ତେବେ ଖୁବଶୀଘ୍ର ଏହାକୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯାଉଛି ।

ସୂଚନା ଥାଉ କି ଗତ ଦୁଇ ବର୍ଷ ତଳେ, ୨୦୨୧ ମସିହା ସେପ୍ଟେମ୍ବର ୨୫ ତାରିଖରେ ମୁଣ୍ଡଳି ବ୍ରିଜ ନିକଟ ମହାନଦୀ ପାଣିରେ ଏକ ହାତୀ ଫସି ରହିଥିଲା । ତେବେ ଉଦ୍ଧାର କରିବା ପାଇଁ ଦୀର୍ଘ ସମୟର ପ୍ରଚେଷ୍ଟା ପରେ ମଧ୍ୟ ଏହା ସମ୍ଭବ ହୋଇ ପାରି ନଥିଲା । ଫଳରେ ଦୁଇ ଦିନ ପରେ ହାତୀଟି ପ୍ରାଣ ହରାଇଥିଲା । ଏହାସହିତ ସାହସୀ ସାମ୍ବାଦିକ ଅରିନ୍ଦମ ମଧ୍ୟ ଏହି ଘଟଣାରେ ମୃତ୍ୟୁବରଣ କରିଥିଲେ ।

Get real time updates directly on you device, subscribe now.