ଖଣ୍ଡଗିରି ମେଳାରେ ରାଣୀ ଖେଳିଲେ ଲୁଚକାଳୀ, ରାଗିଲେ ଲୋକେ
ପୁଣି ଆଇଟମ ଗାର୍ଲ ରାଣୀ ପ୍ରିୟଦର୍ଶନୀ ହେଲେ ହଟହଟା । ଥାନାରେ କଲେ ଅଭିଯୋଗ ।
ଓଡ଼ିଶା ଭାସ୍କର: ରାଣୀ ପ୍ରିୟଦର୍ଶନୀ ହେଲେ ହଟହଟା । ତା’ ପୁଣି ଖଣ୍ଡଗିରି ମେଳାରେ । ୬ ତାରିଖରୁ ଖଣ୍ଡଗିରି ମେଳାରେ ଯାତ୍ରା ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଶଣ ଉପରେ ରୋକ୍ ଲାଗିଛି ।
ଏ କ୍ରମରେ ରାଣୀ ପ୍ରିୟଦର୍ଶନୀ, ସାହୁ ଭାଉଜ ଏବଂ ନିଶା ମହାରଣାଙ୍କୁ ଯାତ୍ରା ପେଣ୍ଡାଲ ମନା କରାଯାଇଛି । ଯଦି କେହି ଅଶ୍ଳୀଳ ନୃତ୍ୟ ପରିବେଶଣ କରନ୍ତି ତେବେ ସେମାନଙ୍କୁ ଠେଙ୍ଗା ପାହାର ବସିବ ବୋଲି ମଧ୍ୟ କୁହାଯାଇଛି ।
୨ ଦିନ ପୂର୍ବେ ରାଣୀ ଡମ୍ବରୁ ଧରି ଖଣ୍ଡଗିରି ମେଳା ବୁଲିଥିବାବେଳେ ଆଜି ପୁଣି ଥରେ ଖଣ୍ଡଗିରି ମେଳାରେ ତାଙ୍କୁ ଦେଖାଯାଇଚି । ସେ ଲୁଚି ଲୁଚି ଯାତ୍ରା ପେଣ୍ଡାଲ ବୁଳି ଦେଖୁଥିଲେ । କିଛି ଯୁବକ ରାଣୀଙ୍କ ଏ କାମରେ ରାଗି ଯାଇ ତାଙ୍କୁ ଘେରି ଯାଇଥିଲେ । ଏହାପରେ ସେମାନେ ରାଣୀଙ୍କୁ ଗାଳି ଗୁଲଜ କରିଥିଲେ ।
ଏ ନେଇ ରାଣୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିିଛି ।