fbpx

ପୁଣି ଋଷର ଏୟାରଷ୍ଟ୍ରାଇକ: ୩୫ ଜଣଙ୍କ ମୃତ୍ୟୁ ସହିତ ୧୦୦ରୁ ଅଧିକ ଆହତ ହୋଇଥିବା ସୂଚନା

Advertisement

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଗତ ୧୮ ଦିନରୁ ଆକ୍ରମଣ କରି ଚାଲିଛି ଋଷ । ଗୋଟିଏ ପରେ ଗୋଟିଏ ସହର ଉପରେ କବଜା କରିବାରେ ସଫଳ ହେଉଛି ପୁତିନ ସେନା । ଆଜି ଋଷ ତରଫରୁ ଏକ ଏୟାର ଷ୍ଟ୍ରାଇକ ହୋଇଛି ଯେଉଁଥିରେ ୩୫ ଜଣ ପ୍ରାଣ ହରାଇଥିବା ବେଳେ ୧୩୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ୟୁକ୍ରେନ ଲବିବର ଏକ ମିଲିଟାରୀ ବେସକୁ ଟାର୍ଗେଟ କରି ଆକ୍ରମଣ କରିଥିଲା ଋଷର ସେନା । ଏ ନେଇ ପ୍ରକାଶ କରିଛନ୍ତି ଆଞ୍ଚଳିକ ଗଭର୍ଣ୍ଣର ମେକ୍ସିମ କୋଜିଟକ୍ସି । ତାଙ୍କ ବ୍ୟତୀତ ରକ୍ଷାମନ୍ତ୍ରୀ ଓଲେକ୍ସୀ ରେଜନିକୋଭ ମଧ୍ୟ ଏ ନେଇ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି । ଋଷ ଲେବିବ ନିକଟସ୍ଥ ଶାନ୍ତି ସ୍ଥାପନା ଏବଂ ସୁରକ୍ଷା ଅନ୍ତରାଷ୍ଟ୍ରୀୟ ସେଣ୍ଟର ଉପରେ ଆକ୍ରମଣ କରିଥିବା ସେ ପ୍ରକାଶ କରିଛନ୍ତି ।

ଏହି ଆକ୍ରମଣରେ ଜଣେ ଶିଶୁଙ୍କ ସମେତ ୟୁକ୍ରେନର ୭ ନାଗରିକଙ୍କ ମୃତ୍ୟୁ ହୋଇଛି । ଫଳରେ ଏହି ସୈନ୍ୟ ଆକ୍ରମଣ ପଛକୁ ଫେରିବା ନେଇ ସୂଚନା ଦେଇଛି ୟୁକ୍ରେନର ରକ୍ଷା ମନ୍ତ୍ରଣାଳୟ । ରାଜଧାନୀ କୀଭର ଉତ୍ତର-ପୂର୍ବରୁ ୨୦ କି.ମି ଦୂର ପେରେମୋହା ଗ୍ରାମରେ ଶରଣ ନେଇଥିଲେ । ଫଳରେ ସୋଂକାର ଲୋକମାନେ ମଧ୍ୟ ଆହତ ହୋଇଥିବା ଜଣାଯାଇଛି । ଯୁଦ୍ଧକ୍ଷେତ୍ର ବାହାରେ ଏକ ହ୍ୟୁମାନ କରିଡର ନିର୍ମାଣ କରିବା ପାଇଁ କହିଛି ଋଷ । ସେପଟେ ଏପରି କରିବାକୁ ଅଟକାଇବା ସହ ସାଧାରଣ ନାଗରିକଙ୍କ ଉପରେ ଗୁଳି ଚାଳନା କରିଥିବା ନେଇ ଅଭିଯୋଗ କରିଛନ୍ତି ୟୁକ୍ରେନର ଅଧିକାରୀ । ତେବେ ୧୪ଟି କରିଡରକୁ ସହମତି ମିଳିଛି ଏବଂ ଏଥିରୁ ୯ଟି ଖୋଲାଯାଇଥିବା ବେଳେ ମୋଟ ୧୩,୦୦୦ ଲୋକଙ୍କୁ ଦେଶରୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ୟୁକ୍ରେନର ଉପ-ପ୍ରଧାନମନ୍ତ୍ରୀ ଇରିନା ଭେରେସ୍କୁକ ।

Get real time updates directly on you device, subscribe now.