fbpx

ଆୟୁଷ ୨୫ ପ୍ରତିଶତ ବଢେଇବ ଏହି ଔଷଧ: ଜାଣନ୍ତୁ ସଠିକ ତଥ୍ୟ

ଓଡିଶା ଭାସ୍କର: ଯୁବକ ଭଳି ଏବଂ ସୁସ୍ଥ ରହିବାକୁ କିଏ ବା ନ ଚାହାଁନ୍ତି । ଆପଣ ଆପଣଙ୍କର ଆୟୁଷକୁ ୨୫% ଅଧିକ ବୃଦ୍ଧି କରିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ତେବେ ଜାଣି ନିଅନ୍ତୁ କିଛି ଖାସ ତଥ୍ୟ । ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ,  ଏପରି ଔଷଧ ରହିଛି ଯାହାକୁ ଖାଇବା ଦ୍ୱାରା କିଛିଦିନ ଅଧିକ ଦିନ ବଞ୍ଚିରହି ହେବ । ଏହାକୁ ଟାର୍ଗେଟ କରି ଏହି ପ୍ରୋଟିନକୁ ମୂଷାଙ୍କ ଉପରେ ପ୍ରୟୋଗ କରାଯାଇଥିଲା । ପରେ ଏହା ସଫଳ ହେବାର ଜଣାଯାଇଥିଲା ।

ଯେଉଁ ମୂଷାମାନଙ୍କ ଉପରେ ଏହାର ପ୍ରୟୋଗ କରାଯାଇଥିଲା ସେମାନଙ୍କର ଆୟୁ ୨୦% ବଢିବାର ଦେଖାଯାଇଥିଲା । ଏହି ଔଷଧ ଶରୀରରେ ଥିବା ପ୍ରୋଟିନ୍ ଇଣ୍ଟରଲୁକିନ୍ -୧୧ କୁ ସିଧା ସଳଖ ଟାର୍ଗେଟ କରିଥାଏ । ଏହି ପ୍ରୋଟିନ୍ ପ୍ରଦାହ ସହିତ ସଂଯୁକ୍ତ ଏବଂ ଶରୀରରେ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଅଧ୍ୟୟନରୁ ଜଣାପଡିଛି ଯେ ଏହି ପ୍ରୋଟିନକୁ ସେମାନଙ୍କ ଉପରେ ପ୍ରୟୋଗ କରିବା ପରେ ମୂଷାମାନେ ସୁସ୍ଥ ରହିଲେ ଏବଂ ଅଧିକ ଦିନ ବଞ୍ଚିଲେ।

ମୂଷା ଉପରେ ପରୀକ୍ଷଣ
ଗବେଷକମାନେ କିଛି ମୂଷା ଉପରେ ପରୀକ୍ଷଣ କରିଥିଲେ। ସେମାନେ କିଛି ମୂଷାରେ ଇଣ୍ଟରଲୁକିନ୍ -୧୧ ଜିନ୍ ଅପସାରଣ କରିଥିଲେ ଏବଂ କିଛି ମୂଷାଙ୍କୁ ଏକ ଔଷଧ ଦେଇଥିଲେ । କିନ୍ତୁ ଏହାର ଫଳାଫଳ ବଡ ଆଶ୍ଚର୍ୟ୍ୟଜନକ ଥିଲା । ମୂଷା ଯେଉଁଥିରେ ଇଣ୍ଟରଲୁକିନ୍ -୧୧ ଜିନ୍ ଅପସାରଣ କରାଯାଇଥିଲା କିମ୍ବା ଔଷଧ ଦିଆଯାଇଥିଲା ସେମାନଙ୍କ ଜୀବନକାଳ ୨୦% ରୁ ୨୫% ବୃଦ୍ଧି ପାଇଥିଲା ।

ଏହି ଔଷଧ ମଣିଷ ଉପରେ ମଧ୍ୟ କାମ କରିବ କି?
ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ପ୍ରଶ୍ନର ସଠିକ୍ ଉତ୍ତର ଦିଆଯାଇପାରିବ ନାହିଁ। ଏହି ଅଧ୍ୟୟନ ମୂଷା ଉପରେ କରାଯାଇଥିଲା ।  ଏହା ମଣିଷ ଉପରେ ମଧ୍ୟ କାମ କରିବ । ତଥାପି ଏହାକୁ ମଣିଷ ଉପରେ ପ୍ପ୍ରୟୋଗ ଆଶାରେ ରହିଛି । ଅନୁସନ୍ଧାନକାରୀମାନେ ବର୍ତ୍ତମାନ ଏହି ଔଷଧକୁ ମଣିଷ ଉପରେ ପରୀକ୍ଷା କରିବାକୁ ଯୋଜନା କରୁଛନ୍ତି ।

Get real time updates directly on you device, subscribe now.