fbpx

ଅଗ୍ନିବୀର ନିଯୁକ୍ତି ୨୦୨୨: ସେନାରେ ଝିମାନଙ୍କ ପାଇଁ ଅଗ୍ନିବୀର ନିଯୁକ୍ତିର ଆବେଦନ ଆରମ୍ଭ, ଜାଣନ୍ତୁ ରାଲି କେବେ?

ନୂଆଦିଲ୍ଲୀ: ଅଗ୍ନିବୀରରେ ସାମିଲ ହେବାକୁ ପ୍ରସ୍ତୁତ ଝିଅମାନଙ୍କ ଅପେକ୍ଷା ସମାପ୍ତ ହୋଇଛି। ଯୁବତୀମାନଙ୍କ ପାଇଁ ଅଗ୍ନି ସେନା ରାଲି ୨୦୨୨ ର ବିଜ୍ଞପ୍ତି ପ୍ରକାଶ କରିଛି ଭାରତୀୟ ସେନା। ଲକ୍ଷ୍ନୌରେ ଅଗ୍ନିପଥ ଯୋଜନା ଅଧୀନରେ ଆୟୋଜିତ ହେବାକୁ ଥିବା ନିଯୁକ୍ତି ରାଲିରେ ଯୋଗ୍ୟ ଝିଅମାନେ ଅଂଶଗ୍ରହଣ କରିପାରିବେ, ଯାହାର ଆବେଦନ ୦୭ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲିବ। ଆର୍ମି ନିଯୁକ୍ତି ରାଲିରେ ଯୋଗଦେବାକୁ ଆଗ୍ରହୀ ଝିଅମାନେ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍, joinindianarmy.nic.in ପରିଦର୍ଶନ କରି ଅନଲାଇନରେ ଆବେଦନ କରିପାରିବେ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଲକ୍ଷ୍ନୌରେ ବାଳିକାମାନଙ୍କ ପାଇଁ ଅଗ୍ନିବୀରରେ ନିଯୁକ୍ତି ରାଲିର ବିଜ୍ଞପ୍ତି ପ୍ରକାଶ ପାଇଛି। ଲକ୍ଷ୍ନୌରେ ୭୫ ଟି ଜିଲ୍ଲାର ୩୦ ନଭେମ୍ବରରୁ ୧୦ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ନିଯୁକ୍ତି ରାଲିର ଆୟୋଜନ କରାଯିବ। ଯଦି ଆପଣ ମଧ୍ୟ ଏହି ନିଯୁକ୍ତି ରାଲିରେ ଯୋଗଦେବାକୁ ଚାହାଁନ୍ତି ତେବେ ନିମ୍ନରେ ଦିଆଯାଇଥିବା ବିଜ୍ଞପ୍ତିକୁ ଭଲଭାବେ ପଢନ୍ତୁ ।

ଶିକ୍ଷାଗତ ଯୋଗ୍ୟତା।

ମିଲିଟାରୀ ପୋଲିସ୍ କର୍ପସରେ ଅଗ୍ନିବୀର ଜେନେରାଲ୍ ଡ୍ୟୁଟି (ମହିଳା) ପଦ ପାଇଁ ଆବେଦନ କରିବାକୁ ହେଲେ ଜଣେ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଅତି କମରେ ୪୫ ପ୍ରତିଶତ ମାର୍କ ରଖି ଦଶମ ଶ୍ରେଣୀ (ମାଟ୍ରିକ୍) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଯଦି ଏକ ଗ୍ରେଡିଂ ସିଷ୍ଟମ୍ ଅଛି, ତେବେ ଅତି କମରେ ଗ୍ରେଡ୍ ଡି ହେବା ଉଚିତ୍, ଅର୍ଥାତ୍ ପ୍ରତ୍ୟେକ ବିଷୟ ଉପରେ ୩୩ ପ୍ରତିଶତ ରହିବା ବାଧ୍ୟତାମୂଳକ।

ବୟସ ସୀମା।

ଆବେଦନ କରିବାକୁ ବୟସ ସୀମା ୧୭ ରୁ ସାଢେ ୨୩ ବର୍ଷ ମଧ୍ୟରେ ହେବା ଉଚିତ୍। ଏଥି ସହିତ ମହିଳା ପ୍ରାର୍ଥୀଙ୍କ ଉଚ୍ଚତା ୧୬୨ ସେଣ୍ଟିମିଟର ହେବା ଉଚିତ୍।
୧.୬ କିଲୋମିଟର ଦୌଡ଼ (ଗ୍ରୁପ୍ ୧ କୁ ୭ ମିନିଟ୍ ୩୦ ସେକେଣ୍ଡ୍ ଏବଂ ଗ୍ରୁପ୍ -୨ କୁ ୮ ମିନିଟ୍ ଦିଆଯିବ)ଶେଷ କରିବା ଉଚିତ, ୧୦ ଫୁଟ ଲମ୍ୱା ଏବଂ ୩ ଫୁଟ ଉଚ୍ଚ ଜମ୍ପ୍ ଦିଆଯିବ।

Get real time updates directly on you device, subscribe now.