ଦିନକ ପରେ ଅଗ୍ନିବୀର ଭାରତୀ ପାଇଁ ରେଜିଷ୍ଟ୍ରେଶନ୍, ଏକାଥରକେ ୨ଟି ପଦ ପାଇଁ କରିହେବ ଆବେଦନ
ଖୁବଶୀଘ୍ର ଆରମ୍ଭ ହେବ ଅଗ୍ନିବୀର ପାଇଁ ଆବେଦନ । ଜାଣନ୍ତୁ କେମିତି କରିବେ ଅନଲାଇନ୍ ରେଜିଷ୍ଟ୍ରେଶନ୍ ।
ନୂଆଦିଲ୍ଲୀ: ଭାରତୀୟ ସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ୮ ତାରିଖରୁ ଆବେଦନ ପକ୍ରିୟା ଆରମ୍ଭ ହେବାର ଥିଲା । କିନ୍ତୁ ବର୍ତ୍ତମାନ ଆବେଦନ କାର୍ଯ୍ୟକୁ ସ୍ଥଗିତ କରିଦିଆଯାଇଛି । ତେବେ ରେଜିଷ୍ଟ୍ରେଶନ୍ ପାଇଁ ନୂଆ ତାରିଖ ମଧ୍ୟ ଘୋଷଣା କରାଯାଇଛି ।
ଆଉ ଦିନକ ପରେ: ଭାରତୀୟ ସେନାରେ ଅଗ୍ନିବୀର ହେବାକୁ ଇଚ୍ଛୁକ ଭାରତୀୟ ସେନାର ଅଫିସିଆଲ ୱେବସାଇଟ୍ ରେ ରେଜିଷ୍ଟ୍ରେଶନ୍ ସହିତ ଜଡ଼ିତ ଅପଡେଟ୍ ଚେକ୍ କରିପାରିବେ । ଇଣ୍ଡିଆନ୍ଆର୍ମିରେ ଅଗ୍ନିବୀର ଚାକିରି ପାଇଁ ଅନଲାଇନ୍ ଆବେଦନ ୧୧ ମାର୍ଚ୍ଚରେ ଆରମ୍ଭ ହେବ ।
୨ଟି ପଦ ପାଇଁ ଆବେଦନ: ବାରାଣାସୀ ସେନା ଭର୍ତ୍ତିକ କାର୍ଯ୍ୟାଳୟର ନିର୍ଦ୍ଦେଶକ କର୍ନଲ ଶୈଳେଶକୁମାରଙ୍କ ଅନୁସାରେ, ଚଳିଥ ଥର ୨-୨ ପଦ ପାଇଁ ଆବେଦନ ପକ୍ରିୟା ଆରମ୍ଭ କରାଯାଇଛି । ଜେନେରାଲ ଡ୍ୟୁଟି, ଟେକନିସିଆନ୍ ସାଙ୍ଗକୁ ଟ୍ରେଡର ୨ଟି ବର୍ଗ ଏବଂ ଅଫିସ ଆସିଷ୍ଟାଣ୍ଟ ଏବଂ ଷ୍ଟୋର କିପର ଟେକ୍ନିକାଲ ପଦ ପାଇଁ ଆଶାୟୀ ଆବେଦନ କରିପାରିବେ ।
କେମିତି କରିବେ: ଯେଉଁମାନେ ଅଲଗା ଅଲଗା ପଦ ପାଇଁ ଆବେଦନ କରିବେ ସେମାନଙ୍କୁ ୨ଥର ଲିଖିତ ପରୀକ୍ଷା ଦେବାକୁ ପଡ଼ିବ । ଅନଲାଇନ୍ ମୋଡରେ ଆବେଦନ କରିବାକୁ ପଡ଼ିବ । www.joinindianarmy.nic.in କୁ ଯାଇ ଆପ୍ଲାଏ କରିବାକୁ ହେବ । ନିଜର ଇମେଲ ଆଇଡି ଏବଂ ମୋବାଇଲ ନମ୍ବର ଆକ୍ଟିଭ ରଖିବାକୁ ପଡ଼ିବ ।
ଆବେଦନ ପାଇଁ ଆଧାର କାର୍ଡ, ୧୦ମ ସାର୍ଟିଫିକେଟ୍, ଫଟୋ କପି ୧୦ମ ଏବଂ +୨ ମାର୍କ ସିଟ୍, ଜାତିପମାପତ୍ର ଅନଲାଇନ ଆବେଦନ ପାଇଁ ଆବଶ୍ୟକ ।