fbpx

କୃଷି ମନ୍ତ୍ରୀଙ୍କ ବଡ଼ ଘୋଷଣା: ଲଗାଣ ବର୍ଷାରେ ପ୍ରଭାବିତ ଚାଷୀଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ୱର: ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏଥିପାଇଁ ଅନେକ ଜନଜୀବନ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ହୋଇଛି । ଫଳରେ ଅନେକ ଘର ଭାଙ୍ଗିବା ସହ ଚାଷ ଜମି ନଷ୍ଟ ହୋଇଛି । ବର୍ତ୍ତମାନ ଲଗାଣ ବର୍ଷାରେ ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ମିଳିବ । ଆରଆଇଙ୍କ ରିପୋର୍ଟ ପରେ କ୍ଷତିପୂରଣ ପ୍ରଦାନ କରାଯିବା ନେଇ ଗୃହରେ ଆଲୋଚନା ସମୟରେ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ସୂଚନା ଦେଇଛନ୍ତି ।

ଆଜି ସପ୍ତଦଶ ବିଧାନସଭାର ଅଷ୍ଟମ ଦିନରେ ଚିତ୍ରକୋଣ୍ଡା କଂଗ୍ରେସ ବିଧାୟକ ମଙ୍ଗୁ ଖିଲୋଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ଚିତ୍ରକୋଣ୍ଡା କଂଗ୍ରେସ ବିଧାୟକ ମଙ୍ଗୁ ଖିଲୋ ପ୍ରଶ୍ନ କରିଥିଲେ କି ମାଲକାନଗିରିରେ ୭ ଦିନ ଧରି ଲଗାଣ ବର୍ଷାରେ ଜିଲ୍ଲାର ସମସ୍ତ ଅଞ୍ଚଳ ଚାଷ ଜମି ନଷ୍ଟ ହୋଇଗଲା । ମୁଁ ଜାଣିବାକୁ ଚାହେଁ ସେହି ଚାଷୀମାନଙ୍କ ପାଇଂ କଣ ବ୍ୟବସ୍ଥା ହୋଇଛି । ସେମାନେ କେବେ ସୁଦ୍ଧା ତାଙ୍କ କ୍ଷତିପୂରଣ ପାଇପାରିବେ?
ଉତ୍ତରରେ କୃଷି ମନ୍ତ୍ରୀ କହିଥିଲେ, ଲଗାଣ ବର୍ଷାରେ ପ୍ରଭାବିତ ହୋଇଥିବା ଚାଷ ପାଇଁ ଚାଷୀଙ୍କୁ କ୍ଷତିପୂରଣ ମିଳିବ । ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ଆଧାରରେ କ୍ଷତିପୂରଣ ଦିଆଯିବ ।

Get real time updates directly on you device, subscribe now.