fbpx

(Video) ଆହା କି ବିଚିତ୍ର ଲୀଳା… ଭକ୍ତ ହାତରୁ କ୍ଷୀର ପିଉଛନ୍ତି ପଥର ଗଣେଶ! ଦେଖନ୍ତୁ ଗଜାନନଙ୍କ କୃପା

ଓଡ଼ିଶା ଭାସ୍କର: ବିଘ୍ନ ବିନାଶକ ପ୍ରଭୂ ଶ୍ରୀ ଗଣେଶ ପିଉଛନ୍ତି କ୍ଷୀର । ମୁହଁ ପାଖରେ କ୍ଷୀର ଭର୍ତ୍ତି ଚାମଚ ରଖିଲେ କ୍ଷଣିକରେ ଗାୟବ ହୋଇଯାଉଛି । ଅଲୌକିକ ଢଙ୍ଗରେ କ୍ଷୀରକୁ ପିଇ ଯାଉଛନ୍ତି ଅଗ୍ରପୂଜ୍ୟ କୁନି ଗଣେଷ । ଏକଥା ଶୁଣିଲେ ହୁଏତ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । ହେଲେ ଏହା ସମ୍ପୂର୍ଣ୍ଣ ସତ କଥା । ତେବେ ଏହାପଛରେ କୌଣସି ବୈଜ୍ଞାନିକ କାରଣ ରହିଛି ନା ସତରେ ଭଗବାନ କ୍ଷୀର ପିଉଛନ୍ତି ତାହା ଲୋକଙ୍କ ବିଶ୍ୱାସ ଉପରେ ହିଁ ନିର୍ଭର କରେ ।

ଦୁନିଆର କେତେକ ଅଲୌକିକ ଘଟଣା ମଣିଷର ଆସ୍ଥା ବିଶ୍ୱାସକୁ ଆହୁରି ଶକ୍ତ କରିଥାଏ। ଏପରି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନାରାୟଣପାଟଣାଠାରେ । ନାରୟଣପାଟଣା ଉପକଣ୍ଠରେ ଝଞ୍ଜାବତୀ ଓ ଚମ୍ପାବତୀ ନଦୀ ମିଳିତ ହୋଇ ସୃଷ୍ଟି କରିଛନ୍ତି ଏକ ଅପୂର୍ବ ପରିବେଶ । ଦୁଇଟି ନଦୀର ଏହି ମିଳନ ସ୍ଥଳୀଠାରେ ଏକ ପଥର ଚଟାଣରେ କାହିଁ କେଉଁକାଳୁ ରାଜା ରାଜୁଡା ଅମଳରୁ ଆବିର୍ଭୂତ ହୋଇ ବାବା ଝାଡେଶ୍ୱର ପୂଜା ପାଇ ଆସୁଛନ୍ତି । ଏହି ମନ୍ଦିରରେ ମହାଦେବ ଝାଡେଶ୍ୱର, ମା’ ପାର୍ବତୀ ଓ ଭଗବାନ କୁମାର କାର୍ତ୍ତିକେୟଙ୍କ ସହ କୁନି ଗଣେଶ ପୂଜା ପାଇ ଆସୁଛନ୍ତି । ତେବେ ଏହି ମନ୍ଦିରରେ ପ୍ରତିଦିନ ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳେ । ଏହି ଅଲୌକିକ ଘଟଣାଟି ହେଉଛି ଯେ ଏହି କୁନି ଗଣେଶଙ୍କ ପ୍ରତିମୂର୍ତ୍ତି କ୍ଷୀର ପିଅନ୍ତି । ଶ୍ରଦ୍ଧାଳୁମାନେ ମଧ୍ୟ ଅତ୍ୟନ୍ତ ଶ୍ରଦ୍ଧା, ଆସ୍ଥା ଓ ବିଶ୍ୱାସର ସହ ଗଣେଶଙ୍କୁ କ୍ଷୀରପାନ କରାଇଥାନ୍ତି ।

ତେବେ ଏହି ଘଟଣା ଦିନେ କି ଦୁଇ ଦିନର ନୁହେଁ । ସୂଚନାନୁସାରେ, ଗତ ଏକ ଦଶନ୍ଧି ଧରି ଗଣେଶଙ୍କ ଏହି କ୍ଷୀରପାନର ପ୍ରକ୍ରିୟା ଚାଲୁ ରହିଛି । ଶହ ଶହ ଭକ୍ତ ମଧ୍ୟ ମନ୍ଦିରକୁ ଆସି ଅତ୍ୟନ୍ତ ଶ୍ରଦ୍ଧାର ସହ ଶ୍ରୀଗଣେଶଙ୍କୁ କ୍ଷୀର ପାନ କରାଇ ଆସୁଛନ୍ତି । ଫଳରେ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଦୁର ଦୁରାନ୍ତରୁ ଶ୍ରଦ୍ଧାଳୁ ଆସିଥାନ୍ତି । ମହାଦେବ ଝାଡେଶ୍ୱର, ମା’ ପାର୍ବତୀ ଓ ଭଗବାନ କୁମାର କାର୍ତ୍ତିକେୟଙ୍କ ସହ କୁନି ଗଣେଶଙ୍କ ଦର୍ଶନ ସହ କ୍ଷୀରପାନ କରାଇଥାନ୍ତି ଶ୍ରଦ୍ଧାଳୁ । ଫଳରେ ଏଠାର କୁନି ଗଣେଶ ଲୋକଙ୍କ ଶ୍ରଦ୍ଧା, ଭକ୍ତି, ଆସ୍ଥା ଓ ବିଶ୍ୱାସର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଏଭଳି ଏକ ସ୍ଥାନକୁ ପର୍ୟ୍ୟଟନସ୍ଥଳୀର ମାନ୍ୟତା ଦାବୀ କରନ୍ତି ଅଞ୍ଚଳବାସୀ।

Get real time updates directly on you device, subscribe now.