fbpx

ବପ୍ପି ଲହରୀଙ୍କ ଶେଷକୃତ୍ୟ: ଡିସ୍କୋ କିଙ୍ଗଙ୍କୁ ଶେଷ ଶ୍ରଦ୍ଧାଜ୍ଞଳୀ ଜଣାଇଲେ ଫ୍ୟାନ୍

ମୁମ୍ବାଇ: ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ମୃତ୍ୟୁ ମନରୁ ଲିଭିନଥିବାବେଳେ । ବଲିଉଡର ଡିସ୍କୋ କିଙ୍ଗ ବପ୍ପି ଦା’ଙ୍କ ପରଲୋକରେ ବଲିଉଡରେ ଖେଳିଯାଇଛି ଶୋକର ଛାୟା । ବୁଧବାର ମୁମ୍ବାଇ ସ୍ଥିତ ବାସଭବନରେ ୬୯ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା । ଏକାଧିକ ରୋଗରେ ପୀଡ଼ିତ ଥିଲେ ।

ତେବେ ଗୁରବାର ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ବପ୍ପିଙ୍କ ପୁଅ ଆମେରିକାରୁ ଫେରିବା ପରେ ଅନ୍ତିମ ଯାତ୍ରାର ଆରମ୍ଭ ହୋଇଥିଲା । ବିରାଟ ଶୋଭାଯାତ୍ରାରେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା । ଶୋଭାଯାତ୍ରାରେ ବପ୍ପିଙ୍କ ପରିବାରବର୍ଗ, ବଲିଉଡ ସେଲିବିଟ୍ରି ଏବଂ ବହୁ ସଂଖ୍ୟାରେ ଫ୍ୟାନମାନେ ମଧ୍ୟ ଯୋଗଦେଇଥିଲେ ।

ଗତ ମାସରେ ସେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏହାପରେ କିଛି ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ବାପି ହିନ୍ଦି, ବଙ୍ଗାଳି, ତାମିଲ, ତେଲୁଗୁ ଓ କନ୍ନଡ଼ ଆଦି ଭାଷାରେ ଗୀତ ଗାଇଛନ୍ତି । ତାଙ୍କର ପ୍ରକୃତ ନାମ ହେଉଛି ଅଲୋକେଶ ଲହରି, ମାତ୍ର ଇଣ୍ଡଷ୍ଟ୍ରିରେ ତାଙ୍କୁ ବାପି ଲାହିରି ନାମରେ ସମସ୍ତେ ଜାଣନ୍ତି । ସେ ଏକାଧାରରେ ଜଣେ ସିଙ୍ଗର, କମ୍ପୋଜର, ରାଜନେତା, ରେକର୍ଡ ପ୍ରଡ୍ୟୁସର ଅଟନ୍ତି । ସେ ଭାରତୀୟ ମ୍ୟୁଜିକକୁ ଡିସ୍କୋ ମ୍ୟୁଜିକକୁ ଏକ ଅଲଗା ଷ୍ଟାଇଲରେ ନେଇ ଆସିଥିଲେ । ସେ ଡିସ୍କୋ ଡ୍ୟାନ୍ସର, ବାରଦାତ, ନମକ ହଲାଲ, ଶରାବୀ, କମାଣ୍ଡୋ ଫରି ଫିଲ୍ମରେ ହିଟ୍ ଟ୍ରାକ୍ ଦେଇ ଫେମସ୍ ହୋଇଥିଲେ।

Get real time updates directly on you device, subscribe now.