(Video) ‘ମୋଦୀ ଲଡୁ’: ଦୀପାବଳି ପୂର୍ବରୁ ମିଠା ଦୋକାନୀ ପିଏମ ମୋଦୀଙ୍କ ନାମରେ ରଖିଛନ୍ତି ଶାହୀ ଲଡୁର ନାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକ ଏବଂ ମିଠା ବିକ୍ରେତା ସଞ୍ଜବୀ ଓରଫ ଲାଲୁ ଶର୍ମା ଦୀପାବଳି ପର୍ବ ପାଇଁ ‘ମୋଦୀ ଲଡୁ’ ନାମକ ଏକ ଖାସ ଲଡୁ ତିଆରି କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ବର୍ଷ ପିଏମ ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ, ଆମେ ତାଙ୍କ ସମ୍ମାନରେ ‘ମୋଦୀ ଲଡୁ’ ନାମରେ ଏକ ଲଡୁ ପ୍ରସ୍ତୁତ କରିଥିଲୁ। ଏହି ଲଡୁକୁ ଶୁଦ୍ଧ କେସର, ଦେଶୀ ଘିଅ, ପିସ୍ତା ଏବଂ ବାଦାମ ସହ ଗୋଲାପ ଜଳ ଏବଂ ଜୁସର ବ୍ୟବହାର କରାଯାଇଛି। ସେବେଠାରୁ ମୋଦୀ ଲଡୁ ଲୋକପ୍ରିୟତା ହାସଲ କରିଛି। ପିଏମ ମୋଦୀ ଲଗାତାର ତିନୋଟି କାର୍ଯ୍ୟାକାଳ ପରେ, ଏହି ପରିଚୟ ମୋତେ ଶାନ୍ତି ଏବଂ ସମୃଦ୍ଧି ଦେଇଛି ଏବଂ ବର୍ତ୍ତମାନ ଭାରତରେ ଲୋକେ ମୋତେ ଏପରି ନାମରେ ଜାଣିଛନ୍ତି।

ସେ ଆଗକୁ କହିଛନ୍ତି ଯେ, ମୋଦୀ ଲଡୁର ପ୍ରଶଂସକ ସାରା ଦେଶରେ ପ୍ରସାରିତ ହୋଇସାରିଛି। ଏହାରି ମଧ୍ୟରେ ଏକ ଦୁଃଖର କାରଣ ଯେ, ଏହି ଦୀପାବଳିରେ ମୁଁ ସାରା ଦଶେରେ ଏହି ଲଡୁକୁ ଦେଇପାରିବିନି। ହେଲେ ମୁଁ ସାରା ଦେଶରେ ଏବଂ ଦୁନିଆରେ ଯେତେ ବି ଲୋକେ ଅଛନ୍ତି ମୁଁ ସେମାନଙ୍କୁ ଦେବାକୁ ସମସ୍ତ ପ୍ରୟାସ କରିବି। ଏହି ମୋଦୀ ଲଡୁ ନିଜର ଶୁଦ୍ଧତା ଏବଂ ସ୍ୱାଦିଷ୍ଟ ପାଇଁ ଜଣାଶୁଣା। ମୁଁ ବାରଣାସୀର ଅଟେ ଏବଂ ପିଏମ ମୋଦୀ ମଧ୍ୟ ବାରଣାସୀର ଲୋକସଭା ସାଂସଦ ଅଟନ୍ତି।