ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଆୟକର ବିଭାଗ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ପରାମର୍ଶଦାତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଟିକସରେ ଅନିୟମିତତା ହେତୁ ସୁନିଲ ଶ୍ରିବାସ୍ତବ(ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ପରାମର୍ଶଦାତା)ଙ୍କ ଘରେ ଚଢ଼ାଉ କରିଛନ୍ତି । ଆଜି ତାଙ୍କ ପରିବାର ସଦସ୍ୟଙ୍କ ଘର ସମେତ ମୋଟ୍ ୧୬-୧୭ଟି ସ୍ଥାନରେ ଚଢ଼ାଉ କରିଛନ୍ତି ଆୟକର ବିଭାଗ ।
ସୂଚନାରୁ ପ୍ରକାଶ ରାଞ୍ଚିରେ(୭) ଏବଂ ଜାମଶେଦପୁରର(୯)ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଏଥିରେ ଜାମଶେଦପୁରର ଅଞ୍ଜାନିଆ ଇସ୍ପାତ ସମେତ ଅନ୍ୟ ଠିକଣା ମଧ୍ୟ ସାମିଲ ରହିଛି । ଏହି ଚଢ଼ାଉ ସମୟରେ ସୁନିଲଙ୍କ ଘରେ ଥିବା ମୂଲ୍ୟବାନ ଗହଣା ଏବଂ କାଗଜପତ୍ର ଯାଞ୍ଚ କରାଯାଇଥିଲା । ଏହା ପୂର୍ବରୁ ଜଳ ଅକ୍ଟୋବର ୧୪ରେ ଜୀବନ ମିଶନରେ ହୋଇଥିବା ହେରଫେର୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତ କ୍ୟାବିନେଟର ମନ୍ତ୍ରୀ ମିଥିଲେଶ ଠାକୁରଙ୍କ ଅନେକ ଠିକଣାରେ ଚଢ଼ାଉ କରିଥିଲେ । ଏହି ସମୟରେ ପ୍ରାୟ ୨୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ବର୍ତ୍ତମାନ ନିର୍ବାଚନକୁ ନେଇ ହେମନ୍ତଙ୍କ ଟେନସନ୍ ଆହୁରି ବଢ଼ିଯାଇଛି ।
#WATCH झारखंड: मुख्यमंत्री हेमंत सोरेन के निजी सचिव सुनील श्रीवास्तव के रांची स्थित आवास पर केंद्रीय एजेंसी की छापेमारी जारी है।
अधिक जानकारी की प्रतीक्षा है। pic.twitter.com/ay1pJ7wZhg
— ANI_HindiNews (@AHindinews) November 9, 2024