(Video) ସାମ୍ନାକୁ ଆସିଲା ଅହମ୍ମଦାବାଦର ବିମାନ ଦୁର୍ଘଟଣାର ଫୁଟେଜ, ଦେଖିଲେ ଟାଙ୍କୁରୀ ଉଠୁଛି ଲୋମ

ଉଡାଣ ଭରିବାର କିଛି କ୍ଷଣ ଭିତରେ କ୍ରାସ ହୋଇଗଲା ଏୟାର ଇଣ୍ଡିଆ ବିମାନ ।

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାରି ଭିତରେ ବିମାନ ଦୁର୍ଘଟଣାର ପ୍ରଥମ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଏହି ଭିଡିଓରେ ଦେଖାଯାଉଛି ଯେ ଉଡ଼ାଣ ଭରିବାର କିଛି ସମୟ ପରେ ବିମାନ(AI 171) କିପରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ ସେଥିରୁ ନିଆଁ ଏବଂ ଧୂଆଁ ଉଠିବା ଦେଖାଯାଇଥିଲା।

ଘଟଣାସ୍ଥଳେ ବର୍ତ୍ତମାନ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୁହାଯାଉଛି ଯେ ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ । ଏହି ଘଟଣା ପରେ ଅହମ୍ମଦାବାଦରେ ରାସ୍ତା ବନ୍ଦ କରିଦିଆଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଘଟଣା ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି ।

ଏହି ଦୁର୍ଘଟଣା ମେଘାନୀନଗର ଅଞ୍ଚଳରେ ଘଟିଛି । ଦୁର୍ଘଟଣା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଛି । ବିମାନ ଦୁର୍ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଆସୁଛି । ଯେଉଁଥିରେ ଦୁର୍ଘଟଣାସ୍ଥଳରୁ ଆକାଶକୁ କଳା ଧୂଆଁ ଉଠୁଥିବା ଦେଖାଯାଉଛି ।

ଏହି ଦୁର୍ଘଟଣାରେ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଯେଉଁ ଭିଡିଓଗୁଡ଼ିକ ସାମ୍ନାକୁ ଆସିଛି, ସେଥିରେ ବିମାନଟି ଭୟଙ୍କର ଭାବରେ ଜଳୁଛି । ଲୋକମାନେ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ଯଦି ଭିଡିଓ ଦେଖିବା ତେବେ କେବଳ ବିମାନର ଚକ ଦେଖାଯାଉଛି ।

ଅହମଦାବାଦ ପୋଲିସ କମିଶନର ଜିଏସ୍ ମଲିକ କହିଛନ୍ତି, “ବିମାନଟି ବିମାନବନ୍ଦର ନିକଟ ମେଘାନୀ ନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।”