ଅହମଦାବାଦ ବିମାନ ଦୁର୍ଘଟଣା: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଲେ- ଫାଇନାଲ୍ ରିପୋର୍ଟର ଅପେକ୍ଷା

ଗୁଜରାଟ ଅହମଦାବାଦ ଦୁର୍ଘଟଣା, ସାମ୍ନାକୁ ଆସିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ରାମ ମୋହନ ନାଇଡୁଙ୍କ ବିବୃତ୍ତି ସାମ୍ନାକୁ ଆସିଛି।

ସେ କହିଛନ୍ତି ଯେ, ଫାଇନାଲ ରିପୋର୍ଟ ଆସିବା ପରେ ହିଁ ଦୁର୍ଘଟଣାର କାରଣ ଜଣାପଡିବ। ଏୟାର ଇଣ୍ଡିଆ ଫ୍ଲାଇଟ୍ ୧୭୧ ଦୁର୍ଘଟଣା ପରେ AAIB ୧୫ ପେଜର ଏକ ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିଛି, ଯାହା ବର୍ତ୍ତମାନ ମନ୍ତ୍ରଣାଳୟ ଦ୍ୱାରା ତଦନ୍ତ ଏବଂ ବିଶ୍ଳେଷଣ କରାଯାଉଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଟ୍ୱିଟ୍ କରିଛନ୍ତି, “ଏହା ଏକ ପ୍ରାରମ୍ଭିକ ରିପୋର୍ଟ, ଆମେ ମନ୍ତ୍ରଣାଳୟରେ ଏହାର ବିଶ୍ଳେଷଣ କରୁଛୁ। ଆବଶ୍ୟକୀୟ ସହାୟତା ପାଇଁ ଆମେ AAIB ସହ ସମନ୍ୱୟ ରଖୁଛୁ।

ଆମେ ଆଶା କରୁଛୁ ଯେ, ଚୂଡ଼ାନ୍ତ ରିପୋର୍ଟ ଶୀଘ୍ର ଆସିବ ଯାହା ଦ୍ୱାରା ଆମେ ଏକ ସ୍ପଷ୍ଟ ନିଷ୍କର୍ଷରେ ପହଞ୍ଚିପାରିବୁ। ମୁଁ ବିଶ୍ୱାସ କରେ ଯେ, ପାଇଲଟ୍ ଏବଂ ଚାଳକ ଦଳ ଦୃଷ୍ଟିରୁ ଆମ ପାଖରେ ବିଶ୍ୱର ସର୍ବୋତ୍ତମ କର୍ମଚାରୀ ଅଛନ୍ତି। ପାଇଲଟ୍ ଏବଂ କ୍ରୁ ହେଉଛନ୍ତି ବିମାନ ଶିଳ୍ପର ମେରୁଦଣ୍ଡ।”

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ମଧ୍ୟ କହିଛନ୍ତି ଯେ, ଦୁର୍ଘଟଣାର ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ ତଦନ୍ତ କରାଯାଉଛି। ସେ କହିଛନ୍ତି, “ଏହା ବର୍ତ୍ତମାନ କେବଳ ଏକ ପ୍ରାରମ୍ଭିକ ରିପୋର୍ଟ। ମନ୍ତ୍ରଣାଳୟ ରିପୋର୍ଟର ବିଶ୍ଳେଷଣ କରୁଛି।

କୌଣସି ନିଷ୍କର୍ଷରେ ପହଞ୍ଚିବା ପାଇଁ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରିବା ଆବଶ୍ୟକ। ଆମେ AAIB ସହିତ ନିରନ୍ତର ସମନ୍ୱୟରେ ଅଛୁ ଏବଂ ଆବଶ୍ୟକୀୟ ସାହାଯ୍ୟ ଯୋଗାଇବୁ। AAIB ହେଉଛି ଏହି ତଦନ୍ତ ପାଇଁ ପ୍ରାଥମିକ ପ୍ରତିଷ୍ଠାନ ଏବଂ ଆମେ ଆଶା କରୁଛୁ ଯେ, ଚୂଡ଼ାନ୍ତ ରିପୋର୍ଟ ଶୀଘ୍ର ଆସିବ।”