ଏଣିକି ରାଜ୍ୟର ସମସ୍ତ ଅଫିସରେ ଲାଗିବ ଏଆଇ କ୍ୟାମେରା, ସଚିବସ୍ତରୀୟ ବୈଠକ ପରେ ନିଷ୍ପତ୍ତି

ସମସ୍ତ ଅଫିସରେ ଲାଗିବ ଏଆଇ କ୍ୟାମେରା, ଜାଣନ୍ତୁ ଡିଟେଲ୍ସ

ଭୁବନେଶ୍ୱର: ସଚିବସ୍ତରୀୟ ବୈଠକରେ ୧୦ଟି ଦିଗ ଉପରେ ଫୋକସ ଦିଆଯାଇଛି। ୧୦ ଦିଗକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ରାଜ୍ୟର ସବୁ ଅଫିସରେ ଲାଗିବ ଏଆଇ କ୍ୟାମେରା।

ଖାରବେଳ ନଗର ଓ ଲୋକସେବା ଭବନରେ ଏଆଇ କ୍ୟାମେରା ଲାଗିବ। ନିର୍ଦ୍ଧାରିତ ସମୟରେ ଅଫିସ ଆସିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଅପାରଗ ଅଧିକାରୀଙ୍କ ଉପରେ ରହିବ ନଜର: ୧୦ ଦିଗକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଅପାରଗ ଅଧିକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିୟମିତ ଭାବେ ସେମାନଙ୍କ କାର୍ଯ୍ୟ ସମୀକ୍ଷା କରାଯିବ। ପ୍ରଦର୍ଶନରେ ସୁଧାର ଆଣିବାକୁ ସୁଯୋଗ ଦିଆଯିବ। ପ୍ରଦର୍ଶନରେ ସୁଧାର ନଆସିଲେ ଆଗୁଆ ଅବସରରେ ଗୁରୁତ୍ୱ ଦିଆଯିବ।