fbpx

ବଢୁଛି ଯୁଦ୍ଧର ଆଶଙ୍କା, ଏଆଇର ଗଡଫାଦର କହିଲେ ବଡ ବିପଦର କାରଣ ହେବାକୁ ଯାଉଛି ରୋବଟ୍ ସୈନିକ

Advertisement

ନୂଆଦିଲ୍ଲୀ:ଏବେ ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ନେଇ ବିଶ୍ୱ ଦୁଇ ଭାଗ ହୋଇଯାଇଛି । ଏହି ପରିସ୍ଥିତିରେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଆଶଙ୍କା ବଢିବାରେ ଲାଗିଛି । ବିଶ୍ୱରେ ଗୋଟିଏ ପଟେ ଏବେ ପରମାଣୁ ଯୁଦ୍ଧର ଆଶଙ୍କା ବଢିବାରେ ଲାଗିିଥିବା ବେଳେ ଅନ୍ୟପଟେ ରୋବଟ୍ ସୈନିକଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏହି ରୋବଟ୍ ସୈନିକ ବହୁତ ଭୟାନକ ହୋଇଥାନ୍ତି । ଏବେ ଏକ ଦେଶ ଏହି ରୋବଟ୍ ସୈନିକ ନିର୍ମାଣ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଫଳରେ ଯୁଦ୍ଧର ଆଶଙ୍କା ଅଧିକ ବଢି ଯାଇଛି । ଏହି କଥା ଏଆଇ(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ର ଗଡଫାଦର ଜୋଫ୍ରେ ହିଣ୍ଟନ କହିଛନ୍ତି । ଏହି ଏଆଇ ମାନବ ସମାଜ ଲାଗି ସବୁଠାରୁ ବଡ ବିପଦର କାରଣ ହେବାକୁ ଯାଉଛି ବୋଲି ଜୋଫ୍ରେ କହିଛନ୍ତି । ୭୫ ବର୍ଷୀୟ ହିଣ୍ଟନ କହିଛନ୍ତି ଏଆଇ ଦ୍ୱାରା ବହୁ ସଂଖ୍ୟାରେ ଲୋକମାନେ ଚାକିରୀ ହରାଇବେ, ଭୁଲ୍ ତଥ୍ୟ ଦ୍ରୁତ ଗତିରେ ପ୍ରସାର ଲାଭ କରିବ । ଏହାକ୍ୁ ରୋକିବା ବି ଅସମ୍ଭବ ହୋଇଯିବ ।

ସେ ଏଥିପାଇଁ ନିଜକୁ ଦାୟୀ କରିବା ସହ କହିଛନ୍ତି ସେ ଯଦି ଏହି କାମକରି ନ ଥାନ୍ତେ ତେବେ ଆଉ କିଏ ଏହା କରିଥାନ୍ତା । ଏହାକୁ ସାମ୍ନା କରିବା ବଡ ମୁସ୍କିଲ କାମ ହେବ । ଏବେ ହିଣ୍ଟନ ଏଆଇ ଠାରୁ ସୃଷ୍ଟି ହେବାକୁ ଯାଉଥିବା ବିପଦ ବିଷୟରେ ସାରା ବିଶ୍ୱକୁ ସୂଚନା ଦେଇଛନ୍ତି । ଏହି କ୍ରମରେ ସେ ଆଗାମୀ ଦିନରେ ରୋବଟ୍ ସୈନିକଙ୍କ ଠାରୁ ଆସିବାକୁ ଥିବା ବିପଦ ବିଷୟରେ ମଧ୍ୟ ସଚେତନ କରାଇ ଦେଇଛନ୍ତି । ସେ ଆହୁରି କହିଛନ୍ତି ଆମେରିକା ପ୍ରତିରକ୍ଷା ବିଭାଗ ରୋବଟ୍ ସୈନିକ ନିର୍ମାଣ କରିବାକୁ ପସନ୍ଦ କରିବ । ଏହାଦ୍ୱାରା ତାକୁ କୌଣସି ଜୀବିତ ସୈନିକ ହରାଇବାର ଚିନ୍ତା ବି ହେବ ନାହିଁ । ଏହାଦ୍ୱାରା ଛୋଟ ଦେଶଗୁଡିକର ସୁରକ୍ଷା ଲାଗି ବିପଦ ସୃଷ୍ଟି ହେବ । କାରଣ ଆକ୍ରମଣକାରୀ ଆଉ ନିଜର କେତେ ସୈନିକ ହରାଇଲା ସେ ନେଇ ଚିନ୍ତା କରିବ ନାହିଁ ।
ହିଣ୍ଟନ କହିଛନ୍ତି ଳୋକଙ୍କୁ ଗୁଳି ମାରିବା ସମୟରେ ଏହି ରୋବଟ୍ କୌଣସି ବି ପଥରେ ଯାଇ ପାରିବ । ମିଲିଟାରୀ ଇଣ୍ଡଷ୍ଟ୍ରିଆଲ୍ କମ୍ପେ୍ଲ୍ଲକ୍ସ ବି ରୋବଟ୍ ସୈନିକଙ୍କୁ ପସନ୍ଦ କରିବେ । ସେ ଆହୁରି କହିଛନ୍ତି ଯେ, ଏପରି ସମୟ ବି ଆସିବ ଯେତେବେଳେ ରୋବଟ୍ ମଣିଷ ଠାରୁ ଅଧିକ ବୁଦ୍ଧିମାନ ହୋଇଯିବ ଓ ମଣିଷକୁ ବୁଦ୍ଧିରେ ଟପିଯିବ ।

Get real time updates directly on you device, subscribe now.