fbpx

ଶଶିକଳାଙ୍କ ସହ କଥା ହେବା ପଡ଼ିଲା ମହଙ୍ଗା, ୧୬ ନେତା ଦଳରୁ ବହିଷ୍କୃତ କଲା ଏଆଇଏଡିଏମକେ

ଚେନ୍ନାଇ (ଓଡ଼ିଶା ଭାସ୍କର) : ଶଶିକଳାଙ୍କ ସହ କଥା ହେବା ନେତାମାନଙ୍କୁ ପଡିଲା ମହଙ୍ଗା । ଏଆଇଏଡିଏମକେ(ଅଲ ଇଣ୍ଡିଆ ଅନ୍ନା ଦ୍ରାବିଡ ମନ୍ନେତ୍ର କଡଗମ) ସୋମବାର ପାର୍ଟିର ୧୬ ପଦାଧିକାରୀଙ୍କୁ ଦଳରୁ ବହିଷ୍କାର କରିଛି । ଏହି ସବୁ ନେତା ପାର୍ଟିର ପୂର୍ବତନ ନେତା ଭିକେ ଶଶିକଳାଙ୍କ ସମ୍ପର୍କରେ ଥିଲେ ।

ଏଆଇଏଡିଏମକେର ମୁଖପାତ୍ର ଭି ପୁଗାଝେନ୍ଦି ଏହାର ସୂଚନା ଦେଇ କହିଛନ୍ତି ଯେ, ୧୬ ନେତା ଦଳ ବିରୋଧୀ ଗତିବିଧିରେ ସାମିଲ ଥିବାରୁ ଦଳରୁ ସେମାନଙ୍କୁ ବହିଷ୍କାର କରାଯାଇଛି । ପାର୍ଟି ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଏଆଇଏଡିଏମକେ ଶଶିକଳା ପାର୍ଟି କ୍ୟାଡର ସହ ହୋଇଥିବା ଫୋନ ବାର୍ତ୍ତାକୁ ଡ୍ରାମା ଦର୍ଶାଇଛି । ପାର୍ଟି କେବେ ମଧ୍ୟ ଗୋଟିଏ ପରିବାର ପାଇଁ ନିଜକୁ ବରବାଦ କରି ପାରିବ ନାହିଁ । ତେଣୁ ଶଶିକଳାଙ୍କ ସହ କଥାବାର୍ତ୍ତା ହୋଇଥିବା ପ୍ରତିଟି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ନିକଟରେ ସଂପନ୍ନ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରି ଲଢିଥିବା ଏଆଇଏଡିମକେ ପରାଜିତ ହୋଇଛି । ଡିଏମକେ ବିଜୟୀ ହୋଇ ସରକାର ଗଢିଛି । ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି ଡିଏମକେ ପ୍ରମୁଖ ଏମକେ ଷ୍ଟାଲିନ ।

Get real time updates directly on you device, subscribe now.