ଭୁବନେଶ୍ୱର :-ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏଆଇସିସି ସାଧାରଣ ସମ୍ପାଦକ ଶ୍ରୀ କେ ସି ଭେନୁଗୋପାଲ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜନୈତିକ ବ୍ୟାପାର କମିଟି ଘୋଷଣା କରିଛନ୍ତି।ଏଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଓଡ଼ିଶା ରାଜନୈତିକ ବ୍ୟାପାର କମିଟିରେ ୨୫ ଜଣ ସଦସ୍ୟ ରହିଥିବା ବେଳେ ଏକ୍ସ ଅଫିସିଓ ସଦସ୍ୟ ଭାବେ ଦୁଇଜଣ ଓଡ଼ିଶା ସହପ୍ରଭାରି ଏବଂ ସମସ୍ତ ଛାମୁଆ ସଂଗଠନ ମୁଖ୍ୟ ସଦସ୍ୟ ଭାବେ ରହିଛନ୍ତି।ଉକ୍ତ କମିଟିରେ ସର୍ବାଗ୍ରେ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ଥିବାବେଳେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ରହିଛନ୍ତି।
ପିସିସି ରାଜନୈତିକ ବ୍ୟାପାର କମିଟିରେ ରାଜ୍ୟ କଂଗ୍ରେସର ବହୁ ବରିଷ୍ଠ ଏବଂ ଅଭିଜ୍ଞ ନେତାଙ୍କୁ ସାମିଲ କରାଯାଇଛି ।ଏଥିରେ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ ମୁଖ୍ୟ ଦାୟିତ୍ୱରେ ଥିବାବେଳେ ଭକ୍ତ ଚରଣ ଦାସ, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ୪ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ନାଗେନ୍ଦ୍ର ପ୍ରଧାନ, ଜଗନ୍ନାଥ ପଟ୍ଟନାୟକ, ଅମର ଚନ୍ଦ୍ର ପ୍ରଧାନ, ସୁଶୀଲ ତିରିଆ, ଏପି ସେଠୀ, ରାମ ଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ଆସଫ୍ ଅଲ୍ଲି ଖାନ, ତାରା ପ୍ରସାଦ ବାହିନୀ ପତି, ରମେଶ ଜେନା, ସି ଏସ୍ ରାଜନ ଏକ୍କା, ଦେବାଶିଷ ପଟ୍ଟନାୟକ, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ବିଶ୍ୱରଞ୍ଜନ ମହାନ୍ତି ଏବଂ ସସ୍ମିତା ବେହେରା ।
ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ସରକାର ବିରୋଧରେ କଂଗ୍ରେସ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ଆପଣେଇଛି। ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ଘେରାଉ ବେଳେ ଗାନ୍ଧୀ ମାର୍ଗରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଫଳରେ କଂଗ୍ରେସର ବିଧାୟକ, ନେତା ସମେତ ୫ ହଜାର କର୍ମୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ପୋଲିସ କମିଶନର।