fbpx

ପଞ୍ଜାବ କିଙ୍ଗକୁ ୭ ୱିକେଟ୍ ରେ ହରାଇ ପଏଣ୍ଟ ଟେବୁଲର ଶ୍ରେଷ୍ଠ ଚାରିରେ ପ୍ରବେଶ କଲା ସନରାଇଜର୍ସ ହାଇଦ୍ରାବାଦ୍

ଆଜି ଆଇପିଏଲର ୨୮ ତମ ମ୍ୟାଚ୍ ରେ ପଞ୍ଜାବ କିଙ୍ଗର ମୁକାବିଲା ସନରାଇଜର୍ସ ହାଇଦ୍ରାବାଦ୍ ସହିତ ହୋଇଥିଲା । ଏହି ମ୍ୟାଚ୍ ରେ ହାଇଦ୍ରାବାଦ ପଞ୍ଜାବକୁ ୭ ୱିକେଟ୍ ରେ ପରାସ୍ତ କରିଛି । ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ପଞ୍ଜାବ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିଥିଲା । ୧୫୨ ରନ୍ ର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ୍ ୩ ୱିକେଟ୍ ହରାଇ ସଂଗ୍ରହ କରି ନେଇଥିଲା ।

ହାଇଦ୍ରାବାଦ ପାଇଁ ଏଡେନ୍ ମାକ୍ରାମ୍ ସର୍ବାଧିକ ୪୧ ରନ୍ ସଂଗ୍ରହ କରିଥିଲେ । ତାଙ୍କ ପଛକୁ ନିକୋଲସ ପୁରାନ୍ ୩୫ ଏବଂ ରାହୁଲ ତ୍ରିପାଠୀ ୩୪ ରନ୍ ସଂଗ୍ରହ କରିଥିଲେ । ପଞ୍ଜାବ ପକ୍ଷରୁ ସଫଳ ବୋଲର ଭାବରେ ରାହୁଲ ଚହର ୨୮ ରନ୍ ବ୍ୟୟ କରି ଦୁଇଟି ୱିକେଟ୍ ପାଇଥିଲେ ।

ପ୍ରଥମେ ବ୍ୟାଟିଂ ପାଇଁ ଡାକରା ପାଇ ପଞ୍ଜାବ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ପରେ ଲିଆମ ଲିଭିଙ୍ଗଷ୍ଟୋନ୍ ଙ୍କ ୩୩ ବଲରେ ୬୦ ରନ୍ ସାହାଯ୍ୟରେ ଦଳ ୧୫୧ରେ ପହଁଞ୍ଚିଥିଲା । ହାଇଦ୍ରାବାଦ୍ ପାଇଁ ସଫଳ ବୋଲର ଭାବରେ କାଶ୍ମୀରୀ ସ୍ପିଡ୍ ଷ୍ଟାର୍ ଉମ୍ରାନ୍ ମଲ୍ଲିକ ୪ ଓଭରରେ ମାତ୍ର ୨୮ ରନ୍ ବ୍ୟୟ କରି ୪ ୱିକେଟ୍ ହାସଲ କରିଥିଲେ । ଅନ୍ୟତମ ଭାରତୀୟ ବୋଲର ଭୁବନେଶ୍ୱର କୁମାର ମଧ୍ୟ ପ୍ରଭାବି ବୋଲିଂ କରିଥିଲେ । ସେ ୪ ଓଭରରେ ୨୨ ରନ୍ ବ୍ୟୟ କରି ୩ଟି ୱିକେଟ୍ ହାସଲ କରିଥିଲେ ।

Get real time updates directly on you device, subscribe now.