fbpx

ଟଳିଗଲା ବଡ଼ ବିପଦ: ଲ୍ୟାଣ୍ଡମାଇନ ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ

ଜୟପୁର: ଟଳିଗଲା ବଡ଼ ବିପଦ । ଅଘଟଣରୁ ବର୍ତ୍ତିଗଲେ ବିଏସଏଫ୍ ଯବାନ । ବିସ୍ଫୋରଣ ଉଦେ୍ଧଶ୍ୟରେ ମାଓବାଦୀ ଲଗାଇଥିବା ଲ୍ୟାଣ୍ଡମାଇନରୁ ବର୍ତ୍ତିଗଲେ ଯବାନ । ଲ୍ୟାଣ୍ଡମାଇନ ଉଦ୍ଧାର କରି ନିଷ୍କ୍ରିୟ କଲେ ଯବାନ ।

ରବିବାର କମ୍ବିଂ ପାଇଁ ଯିବାବେଳେ ଜନ୍ଦାବାଡ଼ି ପଞ୍ଚାୟତ ସଡ଼କପୁଟ୍ ରାସ୍ତାରୁ ଲ୍ୟାଣ୍ଡମାଇନ ଠାବ କରିଥିଲେ ବିଏସଏଫ ଯବାନ । ୧୫୧ ବାଟାଲିୟନର ବିଏସଏଫ ଯବାନ ଲ୍ୟାଣ୍ଡମାଇନକୁ ଠାବ କରିବା ପରେ ନିଷ୍କ୍ରିୟ କରାଯାଇଛି ।

Get real time updates directly on you device, subscribe now.