fbpx

ଇଞ୍ଜେକସନ୍ ମାଧ୍ୟମରେ ମାଦକ ଦ୍ରବ୍ୟ ସେବନ କଲେ ବ୍ୟାପୁଛି AIDS: ଏହି ରାଜ୍ୟରେ ୮ ଶହ ଲୋକ HIVରେ ସଂକ୍ରମିତ

ନୂଆଦିଲ୍ଲୀ: ଏଡସ୍ ପରି ଏକ ମାରାତ୍ମକ ରୋକ ବିଷୟରେ କିଏ ବା ନ ଜାଣେ । ଏହି ରୋଗର ଉପଯୁକ୍ତ ମେଡିସିନ୍ ଆଜି ପର୍ଯ୍ୟନ୍ତ ଡାକ୍ତରମାନେ ବାହାର କରିପାରି ନାହାନ୍ତି । ତେବେ ନିକଟରେ ତ୍ରିପୁରାରୁ ଏକ ବଡ଼ ଅପଡେଟ୍ ଆସିଛି । ଇଞ୍ଜେକସନ ମାଧ୍ୟମରେ ମାଦକ ପଦାର୍ଥ ସେବା କରୁଥିବା ଲୋକଙ୍କ ଠାରେ ଏହି ରୋଗ ବ୍ୟାପୁଥିବା ଜଣାପଡ଼ିଛି । ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶଙ୍କ ବୟସ ୨୪ରୁ ୨୭ ବର୍ଷ ମଧ୍ୟରେ ରହିଛି । ତେବେ ରାଜ୍ୟର ୩୫୪୭ ଜଣ ନିଶା ସେବନକାରୀଙ୍କ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮୬୦ ଜଣଙ୍କ ଠାରେ ଏଚଆଇଭି ରହିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ୩୨୦ ଜଣ ଛାତ୍ର ଇଞ୍ଜେକସନ ମାଧ୍ୟରେ ମାଦକ ପଦାର୍ଥ ନିୟମିତ ଭାବେ ସେବନ କରୁଥିଲେ । ସେମାନଙ୍କ ମଧ୍ୟରୁ ୧୨୦ ଜଣ ଏଚଆଇଭିର ଶିକାର ହୋଇଥିବା ରାଜ୍ୟ ଏଡସ ନିୟନ୍ତ୍ରଣ ସୋସାଇଟି ପକ୍ଷରୁ କୁହାଯାଇଛି । ତେବେ ଏଚଆଇଭିରେ ସଂକ୍ରମିତ ହୋଇଥିବା ୬୬ ପ୍ରତିଶତ ଲୋକଙ୍କ ବୟସ ୨୪ରୁ ୨୭ ବର୍ଷ ଓ ୨୩.୯ ପ୍ରତିଶତ ସଂକ୍ରମିତ ଲୋକଙ୍କ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ରହିଛି ।

ତେବେ ଏନେଇ ପରିବାର କଲ୍ୟାଣ ଓ ନିବାରଣ ଔଷଧି ନିର୍ଦ୍ଦେଶକ କହିଛନ୍ତି ଯେ, ଗୋଟିଏ ସିରିଞ୍ଜରେ ମାଦକ ଦ୍ରବ୍ୟ ସେବନ କରୁଥିବା କାରଣରୁ ଏଚଆଇଭି ସଂକ୍ରମଣ ବୃଦ୍ଧି ପାଉଛି । ସେଥିପାଇଁ ଇଞ୍ଜେକସନ ମାଧ୍ୟମରେ ମାଦକ ଦ୍ରବ୍ୟ ସେବନ କରୁଥିବା ଲୋକଙ୍କୁ ଚିହ୍ନଟ ପାଇଁ ରାଜ୍ୟରେ ଯାଞ୍ଚ ସଂଖ୍ୟା ବୃଦ୍ଧି କରାଯାଇଛି । ଯଥାସମ୍ଭବ ସେମାନଙ୍କର ଚିକିତ୍ସା କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.