fbpx
BSKY SKY
BSKY SKY

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଅଧା ଦିନ ବନ୍ଦ ରହିବ ଏମ୍ସ ହସ୍ପିଟାଲ; ଜାରି ରହିବ ଜରୁରୀକାଳୀନ ସେବା

BSKY

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଦେଶର ପ୍ରତିଷ୍ଠିତ ମେଡିକାଲ୍ ଇନଷ୍ଟିଚ୍ୟୁଟ୍ ଦିଲ୍ଲୀ ଏମ୍ସ ମଧ୍ୟ ଜାନୁଆରି ୨୨ ରେ ଅଧା ଦିନ ଛୁଟି ଘୋଷଣା କରିଛି। ଜାନୁଆରୀ ୨୨ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ ସେହି ଦିନ ଦେଶର ଅନେକ ସ୍ଥାନ ଓ ରାଜ୍ୟକୁ ଅଧାଦିନଛୁଟି ଦିଆଯାଇଛି। ଏମ୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ କିନ୍ତୁ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ବାହ୍ୟ ବିଭାଗ (ଓପିଡି) ବନ୍ଦ ରହିବ।

ଏହା ପୂର୍ବରୁ ଶନିବାର ଦିନ ଦିଲ୍ଲୀ ଉପରାଜ୍ୟପାଳ ବିବେକ ସକ୍ସେନା ମଧ୍ୟ ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ବିଭାଗଗୁଡିକରେ ଜାନୁଆରୀ ୨୨ ରେ ଅଧା ଦିନ ଛୁଟି ଦେବାକୁ କେଜ୍ରିୱାଲ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ସେପଟେ ଗୁଜରାଟ ସରକାର ଆଜି ଘୋଷଣା କରିଛନ୍ତି ଯେ ଜାନୁଆରୀ ୨୨ ରେ ରାଜ୍ୟର ସରକାରୀ ବିଭାଗଗୁଡ଼ିକରେ ଅଧା ଦିନ ଛୁଟି ରହିବ। ପୂର୍ବରୁ ଓଡ଼ିଶାରେ ଜାନୁଆରୀ ୨୨ ଦିନ ମଧ୍ୟ ଅଧା ଦିନର ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।

Get real time updates directly on you device, subscribe now.