fbpx

ସାମ୍ନାକୁ ଆସିଲା ଟ୍ରେନିଂ ବିମାନ ଦୁର୍ଘଟଣାର Video, ଚାଲିଗଲା ୨ ପାଇଲଟଙ୍କ ଜୀବନ

ନୂଆଦିଲ୍ଲୀ: ଆଇଏଏଫର ପାଇଲଟସ୍ ଟ୍ରେନର ବିମାନ ତେଲେଙ୍ଗାନାର ଡଣ୍ଡିଗାଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଉଭୟ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାର ଭୟାନକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।

ଏହି ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବାୟୁସେନା ଏହି ମାମଲାରେ କୋର୍ଟର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସୋମବାର ସକାଳେ ଭାରତୀୟ ବାୟୁସେନା ହାଇଦ୍ରାବାଦରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିବାର ନିଶ୍ଚିତ କରିଛି । ତେଲେଙ୍ଗାନାର ଡୁଣ୍ଡିଗାଲରେ ପାଇଲଟସ୍ ଟ୍ରେନିଂ ସମୟରେ ଗୋଟିଏ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଥିବା ଉଭୟ ପାଇଲଟଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି ।

ଏହି ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଃଖ ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, “ହାଇଦ୍ରାବାଦ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ମୁଁ ଦୁଃଖିତ । ଦୁଇ ପାଇଲଟଙ୍କ ଜୀବନ ଚାଲିଯିବା ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁଃଖଦ ସମୟରେ ମୋର ସମ୍ବେଦନ ଶୋକସନ୍ତପ୍ତ ପରିବାରଙ୍କ ସହ ରହିଛି ।’

Get real time updates directly on you device, subscribe now.