ନୂଆଦିଲ୍ଲୀ: ଏୟାର ଇଣ୍ଡିଆରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଭଲ ଖବର । କାରଣ ଏୟାର ଇଣ୍ଡିଆରେ ଏଆଇ ଏୟାରପୋର୍ଟ ସର୍ଭିସ୍ ଲିମିଟେଡ ଅପୁଯାୟୀ ଆପ୍ରେଣ୍ଟିସ୍/ କଷ୍ଟମର ଏଜେଣ୍ଟ, ୟୁଟିଲିଟି ଏଜେଣ୍ଟ ଭଳି ବିଭିନ୍ନ ପଦରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହୁଛନ୍ତି ସେମାନେ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ନିଯୁକ୍ତି କୋଲକାତା ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ ଏବଂ ଲକ୍ଷ୍ନୌ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ କରାଯିବ । ସମୁଦାୟ ୬୫୮ ପଦ ପାଇଁ ଆବେଦନ ଗ୍ରହଣ କରାଯାଉଛି ।
ଏୟାର ଇଣ୍ଡିଆ ଏଆଇଏଏସଲ ରିକ୍ରୁଟମେଣ୍ଟ ୨୦୨୨ ର ଜରୁରୀ ତାରିଖ:
କୋଲକାତା ଏୟାରପୋର୍ଟ ପାଇଁ ଆବେଦନ କରିବାର ଶେଷ ତାରିଖ: ୨୨ ଏପ୍ରିଲ ୨୦୨୨
ଲକ୍ଷ୍ନୌ ଏୟାରପୋର୍ଟ ପାଇଁ ଆବେଦନ କରିବା ପାଇଁ ଶେଷ ତାରିଖ-୨୭ ଏପ୍ରିଲ ୨୦୨୨
ଏୟାରଇଣ୍ଡିଆ ଏଆଇଏଏସଏଲ ରିକ୍ରୁଟମେଣ୍ଟ ପାଇଁ ଖାଲି ପଦବୀ:
କୋଲକାତା ଏୟାରପୋର୍ଟ:
ଟର୍ମିନାଲ୍ ମ୍ୟାନେଜର୍ – 1
ସବ୍। ଟର୍ମିନାଲ୍ ମ୍ୟାନେଜର୍- PAX – 1
ଡ୍ୟୁଟି ମ୍ୟାନେଜର୍-ଟର୍ମିନାଲ୍ – ।।
ଜୁନିଅର ଏଜୁକ୍ୟୁଟିଭ୍-ଟେକ୍ନିକାଲ୍ – ।।
ରାମ୍ପ ସେବା ଏଜେଣ୍ଟ – 12
ୟୁଟିଲିଟି ଏଜେଣ୍ଟ ରାମ୍ପ ଡ୍ରାଇଭର – 96
ଗ୍ରାହକ ଏଜେଣ୍ଟ – 206
ଶିକ୍ଷାର୍ଥୀ / ହ୍ୟାଣ୍ଡମ୍ୟାନ୍ – 277
ଲକ୍ଷ୍ନୌ ଏୟାରପୋର୍ଟ:
ଗ୍ରାହକ ଏଜେଣ୍ଟ – 13
ରାମ୍ପ ସର୍ଭିସ ଏଜେଣ୍ଟ / ୟୁଟିଲିଟି ଏଜେଣ୍ଟ କମ ରାମ୍ପ ଡ୍ରାଇଭର – 15
ହ୍ୟାଣ୍ଡମ୍ୟାନ୍ – 25
ଜୁନିଅର ଏଜୁକ୍ୟୁଟିଭ୍ ଟେକ୍ନିକାଲ୍ – ୧
ଆବେଦନ ଫିସ୍: ଆବେଦନ କରିବା ପାଇଁ ୫୦୦ ଟଙ୍କା ଦେବାକୁ ପଡ଼ିବ
ତେବେ ଯୋଗ୍ୟତା ଏବଂ ବସୟ ସୀମା ପାଇଁ ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ । ଏହାବ୍ୟତୀତ ଆଶାୟୀ ସିଧାସଳଖ ଏହି ଲିଙ୍କ ଦ୍ୱାରା କ୍ଲିକ କରି ଆବେଦନ କରିପାରିବେ ।