fbpx

ଏୟାର ଇଣ୍ଡିଆକୁ ବଡ଼ ଝଟକା, ନିୟମ ଉଲ୍ଲଂଘନ ପାଇଁ ଲାଗିଗଲା ୮୦ ଲକ୍ଷ ଟଙ୍କାର ଜୋରିମାନା

ନୂଆଦିଲ୍ଲୀ: ଉଡାଣ ଡ୍ୟୁଟି ସମୟ ନିୟମ (ଏଫଡିଟିଏଲ) ଏବଂ ଥକ୍କା ପରିଚାଳନା ବ୍ୟବସ୍ଥା (ଏଫଏମଏସ) ସହ ଜଡିତ ନିୟମ ଉଲ୍ଲଂଘନ କରିବା ମାମଲାରେ ଡିଜିସିଏ ଏୟାର ଇଣ୍ଡିଆ ଉପରେ ୮୦ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି ।

ଜାନୁଆରୀରେ କରାଯାଇଥିବା ଅଡିଟରେ ଏହା ପ୍ରକାଶ ପାଇଛି । ଯାହା ପରେ ଏୟାର ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଯେଉଁଥିରେ କ୍ରୁମାନଙ୍କ ପାଇଁ ପର୍ଯ୍ୟାପ୍ତ ସାପ୍ତାହିକ ବିଶ୍ରାମ ସମୟ ସାମିଲ ଥିଲା । ଏଥିରେ ଅଲ୍ଟ୍ରା-ଲମ୍ୱି ବିମାନ ଉଡ଼ାଣ ପୂର୍ବରୁ ଏବଂ ପରେ ପର୍ଯ୍ୟାପ୍ତ ବିଶ୍ରାମ ଏବଂ ଲେଓଭର ସମୟରେ ପର୍ଯ୍ୟାପ୍ତ ବିଶ୍ରାମ ସାମିଲ ଥିଲା । ଏହି ଅଡିଟରେ ପାଇଲଟମାନଙ୍କର ଡ୍ୟୁଟି ଘଣ୍ଟା ଅତିକ୍ରମ କରିଥିବା ମାମଲା ମଧ୍ୟ ପ୍ରକାଶ ପାଇଛି । ଯାହା ଟ୍ରେନିଂ ରେକର୍ଡରେ ଭୁଲ୍ ରେକର୍ଡ କରାଯାଇଥିଲା ।

ବିମାନ ସୁରକ୍ଷା ଉପରେ ପ୍ରଶ୍ନ :-
ପ୍ରାପ୍ତ ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ କିଛି ଉଡାଣ ୬୦ ବର୍ଷରୁ ଅଧିକ ବର୍ଷର ଉଭୟ ଫ୍ଲାଇଟ୍ କ୍ରୁ ସଦସ୍ୟଙ୍କ ସହିତ ସ୍ଥିର କରିଥିଲା । ଯାହାକି ବିମାନ ନିୟମ, ୧୯୩୭ ର ନିୟମ ୨୮ଏର ଉପ-ନିୟମ (୨) ର ଉଲ୍ଲଂଘନ । ଏହିପରି ଉଲ୍ଲଂଘନ ବିମାନ ସୁରକ୍ଷା ଏବଂ ଯାତ୍ରୀ କଲ୍ୟାଣ ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରିଥାଏ ।

ଏହାପୂର୍ବରୁ, ବିମାନ ନିୟାମକ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜୋରିମାନା ଲଗାଇଥିଲା, ଯେବେ ଫେବୃଆରୀ ୧୨ ରେ ଇମିଗ୍ରେସନ ପ୍ରକ୍ରିୟାରେ ୮୦ ବର୍ଷ ବୟସ୍କା ଯାତ୍ରୀଙ୍କର ଖସିପଡିବା ଫଳରେ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.