fbpx

ଇସ୍ରାଏଲରେ ହମାସର ଯୁଦ୍ଧ ମଧ୍ୟରେ ଏୟାର ଇଣ୍ଡିଆ ନେଲା ବଡ଼ ନିଷ୍ପତି : ଦିଲ୍ଲୀ-ତେଲ ଅବିବର ସମସ୍ତ ବିମାନ ଅଟକ

Advertisement

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ଟାଟା ଗୃପର ଏୟର ଲାଇନ କମ୍ପାନୀ ଏକ ବଡ଼ ନିଷ୍ପତି ନେଇଛନ୍ତି । କହିଛନ୍ତି ଏୟାର ଇଣ୍ଡିଆ ଦିଲ୍ଲ-ତେଲ ଅବିବ ମଧ୍ୟରେ ଯାତାୟତ କରୁଥିବା ସମସ୍ତ ବିମାନଲୁ ବାତିଲ କରାଯାଇଛି । ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି, ଦିଲ୍ଲୀରୁ ତେଲ ଅବିବ ପାଇଁ ଅକ୍ଟୋବର ୭କୁ AI139 ଏବଂ ତେଲ ଅବିବରୁ ଦିଲ୍ଲୀ ଫେରୁଥିବା ବିମାନ AI140କୁ ଆମର ଅତିଥି ଏବଂ ଚାଳକକୁ ଦଳର ହିତ ଏବଂ ସୁରକ୍ଷାରେ ରଦ୍ଧ କରାଯାଇଛି । ଯାତ୍ରୀମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ସବୁ ପ୍ରକାର ସହାୟତା ଦିଆଯାଉଛି ।

ଗାଜା ସ୍ଥିତ ସନ୍ତ୍ରାସବାଦୀ ଗୋଷ୍ଠୀ ଶନିବାର ସକାଳେ ଇସ୍ରାଏଲ ଉପରେ ହଜାର ହଜାର ରକେଟ ଗୁଳି ଚଳାଇ ବନ୍ଧୁକଧାରୀଙ୍କୁ ସ୍ଥଳ, ସମୁଦ୍ର ଏବଂ ବାୟୁ ଦ୍ୱାରା ଏକ ଅଦ୍ୱିତୀୟ ଆକ୍ରମଣ ଆରମ୍ଭ କରିଛନ୍ତି ।ଏହା ଦ୍ୱାରା ଅତି କମରେ 40 ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ଶହ ଶହ ଲୋକ ଆହତ ହୋଇଥିଲେ ।

Get real time updates directly on you device, subscribe now.