fbpx

ବାୟୁ ପ୍ରଦୂଷଣ ଯୋଗୁଁ ପ୍ରଭାବିତ ହେଉଛି ସ୍ପର୍ମ କ୍ୱାଲିଟି: ଅଧ୍ୟୟନ

ନୂଆଦିଲ୍ଲୀ: ଚୀନରେ ୩୦ ହଜାରରୁ ଅଧିକ ପୁରୁଷଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ବାୟୁ ପ୍ରଦୂଷଣ ପୁରୁଷଙ୍କର ସ୍ପର୍ମ କ୍ୱାଲିଟିକୁ ପ୍ରଭାବିତ କରୁଥିବା ଜଣାପଡ଼ିଛି । ଖାସ୍ କରି ସ୍ପର୍ମ ସଂଖ୍ୟା ଏବଂ ସେଗୁଡ଼ିକର ଗତିଶୀଳତା କୁ ସବୁଠାରୁ ଅଧିକ ପ୍ରଭାବିତ କରୁଥିବା ରିସର୍ଚ୍ଚରୁ ଖୁଲାସା ହୋଇଛି । ଏକ ସାଇନ୍ସ ଜର୍ନାଲରୁ ଏହା ବି ଜଣାପଡ଼ିଛଇ ଯେ, ବାୟୁରେ ପ୍ରଦୂଷଣ ବ୍ୟାପିବାରେ ସହାୟକ ହେଉଥିବା କଣିକାର ଆକାର ଯେତେ ଛୋଟ ହେବ, ସ୍ପର୍ମର କ୍ୱାଲିଟି ସେତିକି ଖରାପ ହେବ ।

ଅନୁସନ୍ଧାନ ଫଳାଫଳ ଦର୍ଶାଉଛି ଯେ ବାୟୁ ପ୍ରଦୂଷଣ କରୁଥିବା ବୃହତ କଣିକା ଅପେକ୍ଷା ଛୋଟ କଣିକା ଅଧିକ କ୍ଷତିକାରକ । ଗବେଷକମାନେ ଦୀର୍ଘ ସମୟରୁ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, କଣ ବାୟୁ ପ୍ରଦୂଷଣ ଏବଂ ଶୁକ୍ରାଣୁ ଗୁଣ ମଧ୍ୟରେ ସିଧାସଳଖ ସମ୍ବନ୍ଧ ରହିଛି କି ନାହିଁ? ଏହି ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି ଯେ ବାୟୁ ପ୍ରଦୂଷଣ ଜନସଂଖ୍ୟା ଉପରେ ଖରାପ ପ୍ରଭାବ ପକାଇପାରେ । ଉଲ୍ଲେଖନୀୟ ବିଷୟ ହେଉଛି, ଡିସେମ୍ବର ୨୦୨୧ ରେ ପ୍ରକାଶିତ ଅନ୍ୟ ଏକ ଅନୁସନ୍ଧାନରେ ମଧ୍ୟ ସମାନ ଫଳାଫଳ ପ୍ରକାଶ ପାଇଥିଲା ।

ସଂଘାଇରେ ଟୋଙ୍ଗଜୀ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ମେଡିସିନ୍ ର ଅନୁସନ୍ଧାନକାରୀ ମାନେ ଚୀନର ୩୪୦ଟି ସହରର ମୋଟ ୩୩ହଜାର ୮୭୬ ଜଣ ପୁରୁଷଙ୍କ ଡାଟା ରେକର୍ଡ କରାଯାଇଥିଲା । ସେମାନଙ୍କ ବୟସ ହାରାହାରୀ ୩୪ ବର୍ଷ ରହିଥିଲା । ଏହି ସହର ଗୁଡ଼ିକରେ ବାୟୁ ପ୍ରଦୂଷଣର ସ୍ତର ଅଲଗା ଅଲଗା ରହିଥିଲା ଏବଂ ଯେଉଁ ମାନଙ୍କ ପତ୍ନୀ ଆସିସଟେଡ୍ ରିପ୍ରୋଡ୍ଟିଭ୍ ଟେକ୍ନୋଲୋଜି ଦ୍ୱାରା ଗର୍ଭବତୀ ହୋଇଥିଲେ ।

ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ବିଶେଷ ରୂପେ ବାୟୁ ପ୍ରଦୂଷଣରେ ଯେତେବେଳେ ୨.୫ ମାଇକ୍ରୋମିଟର୍ ରୁ ଛୋଟ ପାର୍ଟିକୁଲେଟ୍ ରେ ରହିଥାଏ ତାହେଲେ ସ୍ପର୍ମ ର କ୍ୱାଲିଟି ରେ ସବୁଠାରୁ ଅଧିକ ହ୍ରାସ ହୋଇଥାଏ । ସେହିପରି ୧୦ ମାଇକ୍ରୋମିଟର୍ ର ପାର୍ଟିକୁଲେଟ୍ ଥିବା ବାୟୁ ପ୍ରଦୂଷଣରେ ସ୍ପର୍ମ କ୍ୱାଲିଟି ଆଂଶିକ କମ୍ ହ୍ରାସ ପାଇଥାଏ । ପାର୍ଟିକୁଲେଟ୍ ମାଟର୍ ଯେତେ ଛୋଟ ହେବ ସେତେ ସ୍ପର୍ମ କ୍ୱାଲିଟି ହ୍ରାସ ପାଇବାର ଆଶଙ୍କା ବଢ଼ିବ ।

Get real time updates directly on you device, subscribe now.