CHARIDHAM

ବନ୍ଦ ହେବନି ବିମାନ ଚଳାଚଳ

ଭୁବନେଶ୍ୱର,୩୦ ।୧୨(ଓଡିଶା ଭାସ୍କର): ରନୱେ ରିକାର୍ପେଟିଙ୍ଗ ପାଇଁ ବନ୍ଦ ହେବନି ବିମାନ ଚଳାଚଳ । ଫେବୃଆରୀ ପ୍ରଥମ ସପ୍ତାହରୁ ଭୁବନେଶ୍ୱର ବିମାନବନ୍ଦରର ରିକାର୍ପେଟିଙ୍ଗ କାମ ଆରମ୍ଭ ହେବ । ୮ରୁ ୧୦ ମାସ ଧରି ଏହି କାମ ଚାଲିବ । ପ୍ରାଥମିକ ପର୍ଯ୍ୟାୟରେ ରାତିରେ ,ଶେଷ ପର୍ଯ୍ୟାୟରେ ପାଖାପାଖି ୨ରୁ ୩ମାସ ପାଇଁ ଦିନରେ ଏହି ରିକାର୍ପେଟିଙ୍ଗ କାମ କରାଯିବ । ବିଭିନ୍ନ ବିମାନ କମ୍ପାନୀ ସହ ଆଲୋଚନା କରାଯାଇ ବିମାନ ଚଳାଚଳ ସମୟରେ ପରିବର୍ତ୍ତନ କରାଯିବ ।

ଅନ୍ୟପଟେ ୨୦୨୦, ଜାନୁଆରୀ ୨୦ରୁ ଭୁବନେଶ୍ୱରରୁ ସୁରଟକୁ ବିମାନ ଚଳାଚଳ କରିବ। ଉଡ଼ାଣ ନେଇ ଏୟାର ଇଣ୍ଡିଆ ବିମାନ ସହମତି ଜଣାଇଛନ୍ତି। ଏନେଇ ଟ୍ୱିଟ କରି ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି। ବହୁତ ଦିନରୁ ଏନେଇ ଓଡ଼ିଶାର ଦାବି ଥିଲା ବୋଲି ଯୁଗ୍ମ ସଚିବ ସ୍ପଷ୍ଟ କରିଛନ୍ତି ।