fbpx

ଭାରତରେ ଆରମ୍ଭ ହେଲା ୫ଜି ଟ୍ରାଏଲ: ୪ କମ୍ପାନୀଙ୍କୁ ମିଳିଲା ଟେଲିକମ ମନ୍ତ୍ରଣାଳୟର ଅନୁମତି

ନୂଆଦିଲ୍ଲୀ: ଦେଶରେ ଏୟାରଟେଲ, ଜିଓ, ଭୋଡାଫୋନ ଆଇଡିଆ ଏବଂ ଏମଟିଏନଏଲକୁ ୫ ଜି ଟ୍ରାଏଲ ପାଇଁ ଡିପାର୍ଟମେଣ୍ଟ ଅଫ୍ ଟେଲି କମ୍ୟୁନିକେସନର ଅନୁମତି ମିଳିଛି । ଏନେଇ ରାଜ୍ୟସଭାରେ ଶୁକ୍ରବାର ଟେଲିକମ ମନ୍ତ୍ରାଳୟ ତରଫରୁ ଏକ ପ୍ରଶ୍ନର ଉତ୍ତରରେ କୁହାଯାଇଛି ।

ବିମାନ ଉଡ଼ାଣ କ୍ଷେତ୍ରରେ ୫ଜି ର ପ୍ରଭାବ ଉପରେ ସରକାର ଅଧ୍ୟୟନ କରିଛନ୍ତି କି ନାହିଁ ବୋଲି ପ୍ରଶ୍ନର ଉତ୍ତର ରଖିଛି ମନ୍ତ୍ରଣାଳୟ । ଉତ୍ତରରେ କୁହାଯାଇଛି ଯେ ‘ ଭାରତରେ ୫ଜି ଟେକ୍ନୋଲୋଜି ସମେତ ଅନ୍ତର୍ଜାତୀୟ ମୋବାଇଲ ଟେଲି ଯୋଗାଯୋଗ ପାଇଁ ଖୋଲାଯାଇଥିବା ଫ୍ରିକେନ୍ସି ବ୍ୟାଣ୍ଡ୍ ରେ ପର୍ଯ୍ୟାପ୍ତ ସୁରକ୍ଷା ଗାର୍ଡ ବ୍ୟାଣ୍ଡ୍ ରହିଛି ଯାହା ବିମାନ ଉଡ଼ାଣରେ କୌଣସି ବାଧା ସୃଷ୍ଟି କରିବ ନାହିଁ । ତେଣୁ ଅଧ୍ୟୟନ କରିବାର ପ୍ରଶ୍ନ ଉଠୁନାହିଁ ।

୫ଜି କୁ ନେଇ ଆମେରିକାର ବିମାନ ଚଳାଚଳ ଶିଳ୍ପ ଏବଂ ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନର ଚେତାବନୀ ଉପରେ ଏହି ପ୍ରଶ୍ନ ଆଧାରିତ । ଚେତାବନୀରେ କୁହାଯାଇଥିଲା ଯେ ୫ଜି ରେଡିଏସନ ଯୋଗୁଁ ବିମାନର ରେଡିଓ ଅଲ୍ଟିମିଟର ଭଳି ଅନେକ ଇଲେକ୍ଟ୍ରୋନିକ୍ସ ସରଞ୍ଜାମ ଉପରେ ଗୁରୁତର ପ୍ରଭାବ ପଡ଼ିପାରେ । ଏୟାର ଇଣ୍ଡିଆ ମଧ୍ୟ ଆମେରିକା ୫ ଜି ରେଡିଏସନ ଯୋଗୁଁ ଏହାର କାର୍ଯ୍ୟସୂଚୀ ସଂଶୋନ ପାଇଁ ଘୋଷଣା କରିଥିଲା ।

ଆମେରିକାର ଏୟାରଲାଇନ ସିଇଓ ମାନେ ଜାନୁଆରୀ ୧୭ରେ ଏକ ଏହାକୁ ‘ବିପର୍ଯ୍ୟସ୍ତ’ ବିମାନ ସଙ୍କଟ ବୋଲି ଚେତାବନୀ ଦେଇଛନ୍ତି । ୫ଜି ଯୋଗୁଁ ବିମାନ ଚଳାଚଳ ବିମାନ ଚଳାଚଳ କ୍ଷତିଗ୍ରସ୍ତ ହୋଇପାରେ । ଏହାଦ୍ୱାରା ଏୟାର ଟ୍ରାଫିକରେ ମଧ୍ୟ ସମସ୍ୟା ହୋଇପାରେ ।

Get real time updates directly on you device, subscribe now.