fbpx

ଏୟାରଟେଲର ଜବରଦସ୍ତ ପ୍ଲାନ, ଗୋଟିଏ ରିଚାର୍ଜରେ ଚାଲିବ ୪ଟି ସିମ୍ ; ଏହାସହ ନେଟଫ୍ଲିକ୍ସ ଏବଂ ହଟଷ୍ଟାର ଫ୍ରି!

ନୂଆଦିଲ୍ଲୀ: ଏୟାରଟେଲ ହେଉଛି ଦେଶର ସବୁଠାରୁ ବଡ ୨ୟ ଟେଲିକମ କମ୍ପାନୀ । କମ୍ପାନୀ ସିମ୍ ପରିଚାଳକଙ୍କୁ ବହୁ ପ୍ରକାର ଅଫର ଦେଇଥାଏ । ଏହାସହ ଏୟାରଟେଲ ୟୁଜର୍ସ ମାନଙ୍କୁ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ମୋବାଇଲ ସର୍ଭିସ ଉପଲବ୍ଧ ମଧ୍ୟ କରୁଛି । ଏହାର ୨ଟି ପ୍ଲାନ ସହିତ ଆପଣଙ୍କୁ ମେଜର ଓଟିଟି ସବସ୍କ୍ରିପସନ ମଧ୍ୟ ମିଳିବ । ପ୍ରକୃତରେ ଏୟାରଟେଲ ବର୍ତ୍ତମାନ ୨ଟି ପ୍ଲାନ ସହ ନେଟଫ୍ଲିକ୍ସ, ଆମାଜୋନ ପ୍ରାଇମ ଭିଡ଼ିଓ ଏବଂ ଡିଜନୀ ପ୍ଲସ୍ ହଟଷ୍ଟାରର ସବସ୍କ୍ରିପସନ୍ ମଧ୍ୟ ଦେଉଛି । ଏହି ପ୍ଲାନ ସହିତ ଆପଣ ପଇସା ମଧ୍ୟ ବଂଚାଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହି ୨ଟି ପ୍ୟାକ ବିଷୟରେ ।
ଏୟାରଟେଲର ୧୧୯୯ ଟଙ୍କାର ପୋଷ୍ଟପେଡ୍ ପ୍ଲାନ ମେଜର ଓଟିଟି ବେନିଫିଟ୍ସ ସହିତ ଆସୁଛି । ଏହି ପ୍ଲାନ ସହିତ ସିମ୍ ପରିଚାଳକଙ୍କୁ ଡିଜନୀ ପ୍ଲସ ହଟଷ୍ଟାର, ଆମାଜୋନ ପ୍ରାଇମ ଭିଡିଓ ଏବଂ ନେଟଫ୍ଲିକ୍ସ ଦିଆଯାଇଥାଏ । ଏଥିରେ ୧ ରେଗୁଲାର ଏବଂ ୩ ଏଣ୍ଡ ଆନ କନେକ୍ସନ ମିଳୁଛି ।

ଏହି ପ୍ଲାନ ସହିତ ୧୫୦ ଜିବି ଡାଟା ଏବଂ ସବୁ ଏଣ୍ଡ-ଅନ୍ କନେକସନ ସହିତ ୩୦ଜିବି ଡାଟା ଦିଆଯାଉଛି । ଏହାସହ ୨୦୦ଜିବି ଡାଟା ପର୍ଯ୍ୟନ୍ତ ରୋଲଓଭର ମିଳୁଛି । ଖାଲି ସେତିକି ନୁହଁ, ଅନଲିମିଟେଡ୍ ଭଏସ କଲିଂ ଏବଂ ଡେଲି କଲିଂ ଏବଂ ୧୦୦ଟି ମେସେଜ ମିଳୁଛି ।

ତେବେ ପ୍ଲାନରେ ଅନ୍ତର୍ଭୁକ୍ତ ଥିବା ଆମାଜୋନ ପ୍ରାଇମ ଭିଡ଼ିଓର ଭ୍ୟାଲିଡିଟି ୬ମାସ ପର୍ଯ୍ୟନ୍ତ ଦେଉଛି । ଏଥିରେ ନେଟ ଫ୍ଲିକ୍ସ ବେସିକ ଏବଂ ଡିଜନୀ + ହଟଷ୍ଟାର ମୋବାଇଲ ଏକ ବର୍ଷ ପର୍ଯ୍ୟନ୍ତ ଭାଲିଡିଟି ରହିବ । ଏହାସହ କମ୍ପାନୀ ଏହି ପ୍ଲାନ ସହିତwynk premiumର ସବସ୍କ୍ରିପସନ ମଧ୍ୟ ଦେଉଛି ।

ଏୟାରଟେଲର ୧୪୯୯ ଟଙ୍କା ୧ଟି ରେଗୁଲାର ଏବଂ ଚାରୋଟି ଫ୍ୟାମିଲି ଏଣ୍ଡ-ଅନ୍ କନେକସନ ସହିତ ଆସୁଛି । ୟୁଜର୍ସ ମାନଙ୍କୁ ପ୍ରତି ମାସରେ ୨୦୦ଜିବି ଡାଟା ଏବଂ ସବୁ ଏଣ୍ଡ-ଆନ କନେକସନ ପାଇଁ ୩୦ଜିବି ଡାଟା ଦିଆଯାଇଥାଏ । ଏଥିରେ ୨୦୦ଜିବି ଡାଟା ରୋଓଭର ଦିଆଯାଉଛି ।

ଏହି ପ୍ଲାନ ସହିତ ଆପଣଙ୍କୁ ଆମାଜୋନ ପ୍ରାଇମ୍ ଭିଡିଓ ୬ମାସ ପର୍ଯ୍ୟନ୍ତ ନିଳିବ । ସେହିପରି ନେଟଫ୍ଲିକ୍ସ ଷ୍ଟାଣ୍ଡାର୍ଡ ସବସ୍କ୍ରିପସନ ବର୍ଷ ପାଇଁ ଡିଜନୀ ଏବଂ ହଟଷ୍ଟାର ମୋବାଇଲ ସହ ମିଳୁଛି ।

 

Get real time updates directly on you device, subscribe now.