ଐଶ୍ୱର୍ଯ୍ୟାଙ୍କ ଏହି ଫ୍ଲପ୍ ମୁଭି ପାଇଁ ନିର୍ଦ୍ଦେଶକଙ୍କୁ ଲାଗିଥିଲା ବଡ଼ ଝଟକା, ୧୨ ବର୍ଷ କରିପାରିନଥିଲେ କୌଣସି ଫିଲ୍ମ

ମୁମ୍ବାଇ: ଐଶ୍ୱର୍ଯ୍ୟାଙ୍କ ଏହି ଫ୍ଲପ୍ ମୁଭି ପାଇଁ ନିର୍ଦ୍ଦେଶକଙ୍କୁ ବଡ଼ ଝଟକା ଲାଗିଥିଲା। ରିପୋର୍ଟ ମୁତାବକ, ଏଥିପାଇଁ ୧୨ ବର୍ଷ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶକ କୌଣସି ଫିଲ୍ମ କରିପାରିନଥିଲେ। କହିବାକୁ ଗଲେ ‘ଅମରାୱ ଜାନ’ରେ ରେଖା ନିଜ ଆଦାରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ଏହି ଫିଲ୍ମ ଆଜି ମଧ୍ୟ ସିନେମା ଜଗତରେ ଲୋକପ୍ରିୟ। ଏହି ଫିଲ୍ମର ନିର୍ଦ୍ଦେଶକ ମୁଜଫର ଅଲୀ ଥିଲେ। ତେବେ ଏହାପରେ ୨୦୦୬ ମସିହାରେ ନିର୍ଦ୍ଦେଶକ ଜେପି ଦତ୍ତା ଐଶ୍ୱର୍ଯ୍ୟା ରାୟଙ୍କୁ ଲୀଡ ରୋଲରେ ନେଇ ଅମରାୱ ଜାନ ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଫିଲ୍ମରେଐଶ୍ୱର୍ଯ୍ୟା ରାୟଙ୍କ ବ୍ୟତୀତ ଅଭିଷେକ ବଚ୍ଚନ, ଶବାନା ଆଜମୀ, ସୁନୀଲ ସେଟ୍ଟୀ, ଦିବ୍ୟା ଦତ୍ତା ଏବଂ କୂଳଭୂଷଣ ଖରବନ୍ଦା ମଧ୍ୟ ଅଭିନୟ କରିଥିଲେ।

ଏହି ଫିଲ୍ମରେ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୟ ଏବଂ ଜେପି ଦତ୍ତାଙ୍କ ନିର୍ଦ୍ଦେଶନା ଦର୍ଶକଙ୍କୁ ପ୍ରଭାବିତ କରିପାରିନଥିଲା। ଏହା ବକ୍ସ ଅଫିସରେ ଆଣ୍ଠେଇ ପଡିଥିଲା। ଏହି ଫିଲ୍ମ ୧୫ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଥିଲା। ସେହିପରି ବକ୍ସ ଅଫିସ ଇଣ୍ଡିଆ ପୋର୍ଟାଲ ଅନୁସାରେ, ଏହି ଫିଲ୍ମ ଐଶ୍ୱର୍ଯ୍ୟା ରାୟଙ୍କର ସବୁଠୁ ବଡ଼ ଫ୍ଲପ ଫିଲ୍ମ ହୋଇଥିଲା, ଯାହାକି ୭.୪୨ କୋଟି ଟଙ୍କା ରୋଜଗାର କରିଥିଲା।

ରିପୋର୍ଟ ମୁତାବକ, ଏହି ଫ୍ଲପ ଫିଲ୍ମ ପରେ ଜେପି ଦତ୍ତାଙ୍କୁ କୌଣସି ଫିଲ୍ମ କରିବାକୁ ଦୀର୍ଘ ୧୨ ବର୍ଷ ଲାଗିଯାଇଥିଲା। ଏହାପରେ ସେ Paltan ଫିଲ୍ମ କରିଥିଲେ, ହେଲେ ଦର୍ଶକଙ୍କୁ ଏହା ପସନ୍ଦ ଆସିନଥିଲା। ତେବେ ୨୩ ଜାନୁଆରୀ ୨୦୨୬ରେ ଜେପି ଦତ୍ତାଙ୍କର ବର୍ଡର-୨ଫିଲ୍ମ ରିଲିଜ ହେବ ବୋଲି କୁହାଯାଉଛି।