କିଚ୍ଚା ସୁଦୀପ କହିଲେ ମୁଁ ହିନ୍ଦି ଭାଷାକୁ ମାତୃଭାଷା ମାନେ ନାହିଁ, ଜବାବ ରଖିଲେ ଅଜୟ ଦେବଗନ

ମୁମ୍ବାଇ: ସାରା ଭାରତରେ ସାଉଥ୍ ଫିଲ୍ମର ଦବଦବା ବଢ଼ିଚାଲୁଥିବା ବେଳେ ବଲିଉଡ୍ ଫିଲ୍ମ କେଉଁଠି ନା କେଉଁଠି ପଛରେ ରହିଯାଉଛି । ଏହାରି ମଧ୍ୟରେ ଭାଷାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ଏହି ବିବାଦର ଆରମ୍ଭ ସାଉଥ୍ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର୍ କିଚ୍ଚା ସୁଦୀପଙ୍କଠାରୁ । ଏକ ସାକ୍ଷାତକାରରେ ସୁଦୀପ କହିଥିଲେ ଯେ ହିନ୍ଦୀ ଭାଷା ଆମର ରାଷ୍ଟ୍ରୀୟ ଭାଷା ନୁହେଁ । ସୁଦୀପଙ୍କର ଏହି ବୟାନ ଏବେ ବିବାଦର କାରଣ ପାଲଟିଛି । ଏହାକୁ ନେଇ ବଲିଉଡ୍ ଅଭିନେତା ଅଜୟ ଦେବଗନ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଅଜୟ ଏକ ଟ୍ୱିଟ୍ କରି ଲେଖିଛନ୍ତି ମୋ ଭାଇ କିଚ୍ଚା ସୁଦୀପ, ଆପଣଙ୍କ ଅନୁଯାୟୀ ଯଦି ହିନ୍ଦୀ ଆମର ଜାତୀୟ ଭାଷା ନୁହେଁ ତେବେ ଆପଣ କାହିଁକି ତୁମର ମାତୃଭାଷା ଚଳଚ୍ଚିତ୍ରକୁ ହିନ୍ଦୀରେ ଡବିଂ କରି ରିଲିଜ କରୁଛ? ହିନ୍ଦୀ ଆମର ମାତୃଭାଷା ଏବଂ ଜାତୀୟ ଭାଷା ଥିଲା, ଏବଂ ସର୍ବଦା ରହିବ । ଜନ ଗଣ ମନ ।

କିଚା ସୁଦୀପ କହିଥିଲେ ଯେ ପାନ ଇଣ୍ଡିଆ ଚଳଚ୍ଚିତ୍ର କନ୍ନଡରେ ନିର୍ମିତ ହେଉଛି, ମୁଁ ଏହା ଉପରେ ଏକ ଛୋଟ ସଂଶୋଧନ କରିବାକୁ ଚାହୁଁଛି, ହିନ୍ଦୀ ଆଉ ଜାତୀୟ ଭାଷା ନୁହେଁ। ଆଜି ବଲିଉଡରେ ପାନ ଇଣ୍ଡିଆ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ସେ ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରର ରିମେକ୍ କରୁଛନ୍ତି, କିନ୍ତୁ ଏହା ପରେ ମଧ୍ୟ ସଂଘର୍ଷ କରୁଛନ୍ତି । ଆଜି ଆମେ ସେହି ଚଳଚ୍ଚିତ୍ର ନିର୍ମାଣ କରୁଛୁ ଯାହା ସାରା ବିଶ୍ୱରେ ଦେଖାଯାଉଛି ।

ଅଜୟଙ୍କ ଏହି ଟ୍ୱିଟ୍ ର ଜବାବରେ ସୁଦୀପ ଏକ ଟ୍ୱିଟ୍ କରି ନିଜର ସଫେଇ ଦେଇଛନ୍ତି । ସେ ଲେଖିଛନ୍ତି ନମସ୍କାର ଅଜୟ ସାର୍ .. ମୁଁ କାହିଁକି କହିଲି ଏହାର ପ୍ରସଙ୍ଗଟି ତୁମ ପାଖରେ ପହଂଚିଥିବା ଅନୁମାନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମୁଁ ଯେତେବେଳେ ତୁମକୁ ବ୍ୟକ୍ତିଗତ ଭାବରେ ଦେଖେ ସେତେବେଳେ ବିବୃତ୍ତି କାହିଁକି ଦିଆଗଲା ଉପରେ ବୋଧହୁଏ ଗୁରୁତ୍ୱ ଦିଆଯିବ । ଏହା କୌଣସି ଆଘାତ କରିବା, ଉତ୍ତେଜନା କିମ୍ବା କୌଣସି ବିତର୍କ ଆରମ୍ଭ କରିବା ନୁହେଁ । ମୁଁ କାହିଁକି ଏପରି କରିବି ସାର୍?

ଏଥି ସହିତ ସେ ଏହା ମଧ୍ୟ ଲେଖିଥୁିଲେ ଯେ ସେ ଭାରତର ସମସ୍ତ ଭାଷାର ସମ୍ମାନ କରନ୍ତି । ମୁଁ ଏହି ବିଷୟକୁ ଏଇଠି ସମାପ୍ତ କରିବାକୁ ଚାହିଁବି । ଯେଉଁଥିରେ ମୋର କୌଣସି ମତଲବ ନଥିଲା । ଆପଣଙ୍କୁ ବହୁତ୍ ସାରା ଭଲ ପାଇବା । ଆଶା କରୁଛି ଆପଣଙ୍କ ସହିତ ଖୁବ୍ ଶିଘ୍ର ଦେଖା ହେବ ।

ନିକଟରେ ରିଲିଜ ହୋଇଥିବା ଆରଆରଆର, ପୁଷ୍ପା,କେଜିଏଢ ଏବଂ ବାହୁବଳୀ ଆଦି ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଛନ୍ତି । ଏପରିକି ନିକଟରେ ରିଲିଜ ହୋଇଥିବା ବଲିଉଡ୍ ଫିଲ୍ମ ମଧ୍ୟ ଏହାର ଆଖପାଖରେ ପହଁଞ୍ଚି ପାରିନାହିଁ ।