fbpx

ଆଜି ଏହି 3 ରାଶି ଉପରେ ପଡିବ ମା’ଙ୍କ କୃପାଦୃଷ୍ଟି, ମିଳବ ଚାକିରି ଖୋଲିବ ବିବାହ ଯୋଗ

ଭୁବନେଶ୍ବର: ବର୍ତ୍ତମାନ ନବରାତ୍ରୀ  ଜାରି ରହିଥିବା ବେଳେ ଦୁର୍ଗା ମା ଭିନ୍ନ ଭିନ୍ନ ଅବତାରରେ ପୂଜା ପାଇଥାନ୍ତି । ତେବେ ଆଜି ନବରାତ୍ରୀର ତୃତୀୟ ଦିନ ହୋଇଥିବା ବେଳେ ଆଜି ମାଙ୍କର କୃପାଦୃଷ୍ଟି କିଛି ରାଶି ଉପରେ ପଡୁଥିବା ଜୋତିଷଶାସ୍ତ୍ରୀମାନେ କହିଛନ୍ତି । ତେବେ ମାଆଙ୍କର ଆର୍ଶିବାଦରୁ ଲାଭବାନ ହେବେ ସିଂହ, କନ୍ୟା ଏବଂ ବିଛା ରାଶି ।

ସିଂହ- କଠିନ ପରିଶ୍ରମ ମାଧ୍ୟମରେ ତୁମର ପରିବାରର ଆଶା ପୂରଣ କରିବାରେ ସଫଳ ହେବ । ବ୍ୟବସାୟୀମାନେ କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ଯେକୌଣସି କାମ କରିଲେ ମଧ୍ୟ ସେଥିରେ ସଫଳତା ପାଇବେ । ଚାକିରି ଆଶା ରଖିଥିବା ବ୍ୟକ୍ତିଙ୍କ ପାଇଁ ଆଜି କିଛି ଶୁଭ ସଙ୍କେତ ମିଳିପାରେ । ହସ, ଖୁସିରେ ଆଜି ଦିନ କଟିବ ।

କନ୍ୟା- ଆଜି ଆପଣ ଆପଣଙ୍କର ଖାଲି ସମୟକୁ ଉପଭୋଗ କରିବାକୁ ସମର୍ଥ ହେବେ । ଆର୍ଥିକ କାରବାରରେ ଉନ୍ନତି ଆସିବ । ବିବାହ ଯୋଗ ଖୋଲିବ । ଚାକିରି କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ବ୍ୟବସାୟ କିମ୍ବା ଚାକିରି କ୍ଷେତ୍ରରେ ବିଦେଶ ଗସ୍ତର ସୁଯୋଗ ଖୋଲିପାରେ । ମୋଟମୋଟି ଭାବେ ଦେଖିବାକୁ ଗଲେ ଆଜି ଠାରୁ ମାସେ ଯାଏଁ ମାଲାମାଲ ହେବେ ଏହି ରାଶିର ବ୍ୟକ୍ତି ବିଶେଷ  ।

ବିଛା- ଆଜି ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବ। ପୈତୃକ ସମ୍ପତ୍ତିକୁ ନେଇ କୌଣସି ବିବାଦ ଲାଗି ରହିଥିଲେ ଆଜି ତାହା ତୁଟିଯିବ । କୌଣସି କାର୍ଯ୍ୟରେ ଚିନ୍ତା ନକରି ଆଗକୁ ବଢନ୍ତୁ । ଆଜି ଚାପମୁକ୍ତ ରହିବା ସହିତ ଉଚ୍ଚପଦାଧିକାରୀ ବ୍ୟକ୍ତି ପ୍ରଶଂସା କରିବେ । ଆପଣ ଖୁସିରେ ରହିବା ପାଇଁ ଚେଷ୍ଟା କରନ୍ତୁ । ପରିବାରରେ ହସ ଖୁସିର ଲହରି ଖେଳିବ ।

Get real time updates directly on you device, subscribe now.