fbpx

କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ; ଦୁଃଖ ପ୍ରକାଶ କଲେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପିପିଲି ୧୪ ।୪ (ଓଡିଶା ଭାସ୍କର) : କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମଙ୍ଗରାଜଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଏପ୍ରିଲ ୭ ତାରିଖରେ ନିର୍ବାଚନୀ ପ୍ରଚାର ପାଇଁ ବାହାରିଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ ମଙ୍ଗରାଜ । ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପ୍ରଲି ୧୦ ତାରିଖରେ ତାଙ୍କୁ କରୋନା ପଜିଟିଭ ନେଇ ନିଜେ ଫେସବୁକ୍ ରେ ସୂୂଚନା ଦେଇଥିଲେ । ଆଜି ଅପରାହ୍ନରେ ଆପୋଲ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି । କୋଭିଡ୍ ନେଇ ନିଧନ ହୋଇଥିବା ସୂଚନା ରହିଛି ।

 

Get real time updates directly on you device, subscribe now.