(Video) ରାଧିକା ଅମ୍ବାନୀଙ୍କ ହାତରୁ ଜନ୍ମଦିନର କେକ ଖାଇବାକୁ ମନା କରିଦେଲେ ଦେଢଶୂର ଆକାଶ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ରାଧିକା ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ବିବାହ କରିଛନ୍ତି। ଏହି କପଲଙ୍କ ବିବାହ ଖୁବ ଧୁମଧାମର ସହ ହୋଇଥିଲା। ଏହି ବିବାହରେ ଦେଶ-ବିଦେଶରୁ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। ବିବାହ ପରେ ରାଧିକା ଶାଶୁଘରେ ନିଜର ପ୍ରଥମମ୍ନ୍‌ଦିନ ଖୁବ ଧୁମଧାମର ସହ ପାଳନ କରିଛନ୍ତି। ସେ ସାରା ପରିବାର ସହ ନିଜର ବିଳାସପୂର୍ଣ୍ଣ ଘର ଏଣ୍ଟିଲିଆରେ ନିଜର ଜନ୍ମଦିନ ସେଲିବ୍ରେଟ କରିଛନ୍ତି। ଏହି ପାର୍ଟୀରେ ବଲିଉଡର ଷ୍ଟାରମାନେ ସାମିଲ ହୋଇଛନ୍ତି। ଏହାରି ମଧ୍ୟରେ ବର୍ତ୍ତମାନ ରାଧିକାଙ୍କ ଗ୍ରାଣ୍ଡ ବାର୍ଥଡେ ସେଲିବ୍ରେସନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ରାଧିକା ମର୍ଚାଣ୍ଟ ଏଣ୍ଟିଲିୟାରେ ବିବାହ ପରେ ପରିବାର ସହ ନିଜ ପ୍ରଥମ ବାର୍ଥ ଡେ ସେଲିବ୍ରେସନ କରିଛନ୍ତି। ଏହି ସେଲିବ୍ରେସନର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ରାଧିକା ହ୍ୱାଇଟ ବ୍ଲାକ ଟପ ସହ ରେଡ ସ୍କର୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଭିଡିଓରେ ସେ କେକ କାଟି ସମସ୍ତଙ୍କୁ ଖୁଆଉଛନ୍ତି।

ହେଲେ ସେ କେକ ଦେବା ବେଳେ ତାଙ୍କ ଦେଢଶୂର ଆକାଶ ଅମ୍ବାନୀ କେକ ଖାଇନଥିଲେ। ଆକାଶ ରାଧିକାଙ୍କୁ କହିଥିଲେ ଯେ, ପ୍ରଥମେ ଜେଜେ ମାଆଙ୍କୁ ଖୁଆଅ। ଆକାଶଙ୍କ କଥା ମାନି ରାଧିକା ସେପରି କରିଥିଲେ। ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ଆକାଶଙ୍କୁ ପ୍ରଶଂସା କରୁଛନ୍ତି।

 

View this post on Instagram

 

A post shared by Manav Manglani (@manav.manglani)

Get real time updates directly on you device, subscribe now.