fbpx

ଆଖିଧରା ରୋଗ ବିନା ଔଷଧରେ ଭଲ ହୋଇ ପାରିବ: ଏହା କାହିଁକି ହୁଏ, ଏହାର ଲକ୍ଷଣ କ’ଣ, କିପରି ସଚେତନ ରହିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଗାଁଠାରୁ ଆରମ୍ଭ କରି ରାଜ୍ୟର ସବୁଆଡ଼େ ଆଖିଧରା ରୋଗ ବଢ଼ୁଥିବା ଦେଖିବାକୁ ମିଳୁଛି । ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ସ୍କୁଲ ଓ କଲେଜର ଅଧିକାଂଶ ଛାତ୍ରଛାତ୍ରୀ ଆଖିଧରା ରୋଗରେ ସଂକ୍ରମିତ ହେଉଥିବାରୁ ସେମାନଙ୍କୁ ଘରେ ରହିବାକୁ କୁହାଯାଇଛି । ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ବର୍ଷା ଋତୁରେ ଏହା ବଢ଼ିଥାଏ ବୋଲି ଡାକ୍ତର କହିଛନ୍ତି ।

ସାଧାରଣତଃ ଜଣକୁ ଆଖି ଧରିଲେ ଆଖିର ରଙ୍ଗ ଲାଲ ହେବା, ଆଖି ଦରଜ ହେବା, ଲେଞ୍ଜେରା ବାହାରିବା, ଫୁଲିବା, କୁଣ୍ଡେଇ ହେବା, ମୁଣ୍ଡ ବିନ୍ଧିବା, ଜ୍ୱର ହେବା ଆଦି ଲକ୍ଷଣ ମାନ ଦେଖିବାକୁ ମିଳିଥାଏ । ଖରା ପରେ ବର୍ଷା ଋତୁ ଆସିବା ପରେ ବାୟୁମଣ୍ଡରେ ବ୍ୟାକ୍ଟେରିଆ ଓ ଭୂତାଣୁ ଦ୍ରୁତ ଭାବେ ବଢ଼ୁଥିବାରୁ ଆଖିଧରା ବଢ଼ିଥାଏ । ଜଣଙ୍କୁ ଏହି ରୋଗ ହେବା ପରେ ଏହା ଧୀରେଧୀରେ ଅନ୍ୟମାନଙ୍କୁ ବ୍ୟାପିଥାଏ । ରୋଗୀ ନିଜ ଆଖିକୁ ହାତ ମାରି ବ୍ୟବହାର କରୁଥିବା ଯେ କୌଣସି ବ୍ୟସ୍ତୁ ଯେପରିକି ମୋବାଇଲ, ବାସନକୁସନ, ଡ୍ରେସକୁ ଅନ୍ୟମାନେ ବ୍ୟବହାର କଲେ ଏହି ରୋଗ ମଧ୍ୟ ବ୍ୟାପିଥାଏ ।

ଡାକ୍ତରଙ୍କ ଅନୁଯାୟୀ, ସର୍ବଦା ନିଜର ହାତକୁ ପରିଷ୍କାର ରଖିବା ସହିତ ନିଜକୁ ଅଧିକ ଖରା ଓ ଧୂଳିଠାରୁ ଦୂରେଇ ରଖନ୍ତୁ । ମଇଳା ହାତକୁ ବାରମ୍ବାର ଆଖିରେ ମାରନ୍ତୁ ନାହିଁ । ଆଖି ଧରିଥିଲେ ରୁମାଲ ଓ ତଉଳିଆ ସହ ନିଜର ଅନ୍ୟ ଜିନିଷକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ନାହିଁ । ଉତ୍ତେଜକ ପଦାର୍ଥଠାରୁ ନିଜ ଆଖିକୁ ଦୂରେଇ ରଖନ୍ତୁ ଓ ବାହାରକୁ ବାହାରିବା ସମୟରେ କଳା ଚଷମା ବ୍ୟବହାର କରନ୍ତୁ । ଛୋଟ ପିଲାଙ୍କୁ ଆଖି ଧରିଥିଲେ ସେମାନଙ୍କୁ ସ୍କୁଲକୁ ନ ପଠାଇ ଘରେ ସେମାନଙ୍କର ଯତ୍ନ ନିଅନ୍ତୁ । ଆଖି ଧରିଥିବା ଲୋକଠାରୁ ସାମାଜିକ ଦୂରତା ବଜାୟ ରଖିବା ଦରକାର । ଠିକରେ ସଚେତନ ରହିଲେ ବିନା ଔଷଧରେ ଆଖିଧରା ରୋଗ ଭଲ ହୋଇ ପାରିବ ।

Get real time updates directly on you device, subscribe now.