fbpx

କପିଲ ଶର୍ମା ଶୋ’ରେ ଫେରିଲେ ଅକ୍ଷୟ: ବଚ୍ଚନ ପାଣ୍ଡେର ପ୍ରମୋସନ ସହ ହୋଲିକୁ ନେଇ କଲେ ମସ୍ତି

ନୂଆଦିଲ୍ଲୀ: ନୂଆ ଫିଲ୍ମ ବଚ୍ଚନ ପାଣ୍ଡେର ପ୍ରମୋସନକୁ ନେଇ ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି ବଲିଉଡର କିଲାହି ଷ୍ୟାର ଅକ୍ଷୟ କୁମାର । ଏହି ଫିଲ୍ମର ପ୍ରମୋସନ ପାଇଁ ସେ ଏବେ ପହଞ୍ଚିଛନ୍ତି ଲୋକପ୍ରିୟ ଦ କପିଲ ଶର୍ମା ଶୋ’ରେ । ଖିଲାଡି କୁମାରଙ୍କ ସହିତ ଜ୍ୟାକଲିନ ଫର୍ଣ୍ଣାଡେଜ, କୃତି ସାନନ ଏବଂ ଅର୍ଶଦ ୱାରସୀ ମଧ୍ୟ ଅଭିନୟ କରିଛନ୍ତି । ଏହି ଏପିସୋଡ ଟେଲିକାଷ୍ଟ ହେବା ପୂର୍ବରୁ ସାମନାକୁ ଆସିଛି ଏହାର ପ୍ରୋମୋ ଭିଡିଓ । ହୋଲିକୁ ନେଇ ସମସ୍ତ ସେଲିବ୍ରିଟି ଷ୍ଟାର ଖୁବ ମସ୍ତି କରୁଥିବାର ନଜର ଆସିଛନ୍ତି ।

ଅକ୍ଷୟ କୁମାର ମଜାଳିଆ ଅନ୍ଦାଜରେ ହୋଲିକୁ ନେଇ ଖୁବ ମସ୍ତି କରୁଥିବା ବେଳେ କପିଲ ମଧ୍ୟ ଶୋ’ରେ ଦେଇଛନ୍ତି କମେଡିର ଜବରଦସ୍ତ ଛୁଙ୍କ । ଉଭୟଙ୍କ ଏହି କମେଡିରେ ଜଜ୍ ଅର୍ଚ୍ଚନାଙ୍କ ସମେତ ଦର୍ଶକ ହସି ହସି ବେଦମ ହୋଇଯାଇଛନ୍ତି । ଏହା ପୂର୍ବରୁ ମଧ୍ୟ ଏକ ଭିଡିଓ ସୋଶଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଅକ୍ଷୟ ଏବଂ କପିଲ ପରସ୍ପରଙ୍କୁ ବେବଫା ବୋଲି ଇଶାରାରେ କହୁଥିବାର ଭିଡିଓ ସମସ୍ତଙ୍କ ମନକୁ ଛୁଇଁଥିଲ।। । ତେବେ ବହୁ ପ୍ରତିକ୍ଷିତ ସିନେମା ବଚ୍ଚନ ପାଣ୍ଡେ ଆସନ୍ତା ୧୮ ମାର୍ଚ୍ଚ ହୋଲି ଅବସରରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ଏକ ବ୍ୟାଡବୟର ଚରିତ୍ରରେ ନଜର ଆସିବେ ଖିଲାଡି ଷ୍ଟାର ଅକ୍ଷୟ କୁମାର ।

Get real time updates directly on you device, subscribe now.