fbpx

ITBP ଯବାନଙ୍କ ସହ ଭଲିବଲ ଖେଳିବା ପାଇଁ ପହଞ୍ଚିଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର: ଫିଲ୍ମର ଚାଲିଥିଲା ଶୁଟିଙ୍ଗ

ନୂଆଦିଲ୍ଲୀ: ଦୁଇ ଦୁଇଟି ନୂଆ ସିନେମାକୁ ନେଇ ଏବେ ଚର୍ଚ୍ଚାରେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର । ଗୋଟିଏ ପଟେ ବଚ୍ଚନ ପାଣ୍ଡେ ରିଲିଜ ଅପେକ୍ଷାରେ ରହିଥିବା ବେଳେ ମସୁରୀରେ ଆଉ ଏକ ଫିଲ୍ମର ଶୁଟିଙ୍ଗ ମଧ୍ୟ ଜୋରଦାର ଚାଲିଛି । ତେବେ ଏହା ମଧ୍ୟରେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି ଏକ ଭଲିବଲ ମ୍ୟାଚକୁ ନେଇ । ସେ ITBP ଯବାନଙ୍କ ସହ ଭଲିବଲ ଖେଳୁଥିବାର ନଜର ଆସିଛନ୍ତି । ITBPର ମହାନିର୍ଦ୍ଦେଶକ ସଞ୍ଜୟ ଆରୋରା ଏବଂ ସୈନ୍ୟ ଏବଂ ସେମାନଙ୍କ ପରିବାର ସହିତ ମଧ୍ୟ ଆଲୋଚନା କରିଛନ୍ତି ।

When Akshay Kumar Reached Mussoorie To Play Volleyball With ITBP Jawans  While Shooting For The Film. - Stuff Unknown

ସୂଚନା ଅନୁସାରେ, ଭାରତ-ତିବ୍ବତ ସୀମା ପୋଲିସର ଯବାନମାନଙ୍କ ସହିତ ଭଲିବଲ ମ୍ୟାଚ କେଳିବାକୁ ପହଞ୍ଚି ଯାଇଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର । ନବନିର୍ମିତ ଭଲିବଲ କୋର୍ଟ ଉଦଘାଟନ କରିବାକୁ ଯାଇଥିବା ବେଳେ ITBP ଯବାନମାନଙ୍କ ସହିତ ମ୍ୟାଚ ଖେଳୁଥିବାର ନଜର ଆସିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ୨୦୧୭ରେ କୁଲ୍ଲୁ ଏବଂ ହିମାଚଳ ପ୍ରଦେଶରେ ITBP ଯବାନମାନଙ୍କ ସହିତ ଭଲିବଲ ମ୍ୟାଚ ଖେଳିଥିଲେ ଅକ୍ଷୟ ।

Get real time updates directly on you device, subscribe now.