ନୂଆଦିଲ୍ଲୀ: ବଲିଉଡ ଏବଂ କ୍ରିକେଟର ସମ୍ପର୍କ ବହୁଦିନରୁ ପୁରୁଣା । ଇଣ୍ଡିଆନ ପ୍ରିମିୟର ଲିଗ ଆସିବା ପରେ ଏମାନଙ୍କ ସମ୍ପର୍କ ଆହୁରି ବଢି ଯାଇଛି । ଭାରତୀୟ ଟିମର ପୂର୍ବ ପ୍ରବନ୍ଧକ ଅମୃତ ମାଥୁର ବଲିଉଡ ଏବଂ କ୍ରିକେଟ ଦ୍ୱାରା ଜଡିତ ଏକ ଏପରି ରୋଚକ ତଥ୍ୟ ଦେଇଛନ୍ତି । ସେ ଅକ୍ଷୟ କୁମାରଙ୍କ ସହିତ ଜଡିତ ୨୦୦୯ର କାହାଣୀ ଲୋକଙ୍କୁ କହିଛନ୍ତି । ସେ କହିଛନ୍ତି ବଲିଉଡ ଅଭିନେତା କୋଟି କୋଟି ଟଙ୍କାର କ୍ଷତି ସହି ଆଇପିଏଲର ଗୋଟିଏ ଟିମକୁ ବୁଡିବାରୁ ରକ୍ଷା କରିଥିଲେ ।
ଆଇପିଏଲର ଦ୍ୱିତୀୟ ସିଜ୍ନରେ ଡେୟାର ଡେଭିଲ୍ସ ଏବେ ତାହା ହେଉଛି ଦିଲ୍ଲୀ କ୍ୟାପିଟାଲ୍ସ ସେ ତାହାର ସାହାସ ଛାଡିଥିଲା । ସେତେବେଳେ ସେହି ଟିମର ସିଇଓ ଅମୃତ ମାଥୁର ଥିଲେ । ମାଥୁର ନିଜ ବହିରେ କହିଛନ୍ତି ଅକ୍ଷୟ କୁମାର ଟିମରେ ଜଡିତ ହେବା ପରେ ଡେୟାର ଡେଭିଲ୍ସକୁ କିଛି ଖାସ ଲାଭ ହୋଇ ନଥିଲା । ପ୍ରାଞ୍ଚାଇଜ୍ ଯିଏ ନିଜର ବ୍ରାଣ୍ଡ ମଜଭୁତ କରିବା ପାଇଁ ସୁଯୋଗ ହରାଇ ସାରିଥିଲା । ଯାହା ଦ୍ୱାରା ଫ୍ରାଞ୍ଚାଇଜରୁ ଅକ୍ଷୟଙ୍କୁ ଅଲଗା କରିବାକୁ ପଡିଥିଲା ।
ମାଥୁର ନିଜର ଆତ୍ମକଥା ‘ପିଚସାଇଡ: ମାଇ ଲାଇଫ ଇନ ଇଣ୍ଡିଆନ କ୍ରିକେଟ’ରେ ଲେଖିଛନ୍ତି ଡେୟାର ଡେଭିଲ୍ସ ଏବଂ ଅକ୍ଷୟ କୁମାରଙ୍କ ମଝିରେ ୩ ବର୍ଷର ଚୁକ୍ତି ହୋଇଥିଲା । ଏହି ସମୟରେ ଅଭିନେତା ଫ୍ରାନଞ୍ଚାଇଜ ସହିତ ଫିଲ୍ମ ସୁଟ କରିବା ସହିତ ବିଭିନ୍ନ ପ୍ରକାର ଇଭେଣ୍ଟରେ ଜଡିତ ଥିଲେ । କିନ୍ତୁ ଏହା କିଛି ଫଳପ୍ରଦ ହୋଇନଥିଲା । ଯାହା ଫଳରେ ଟିମକୁ ଲସ ସହିବାକୁ ପଡିଥିଲା ଏହା ପରେ ସେ ଚୁକ୍ତି ରଦ୍ଦ କରିଥିଲେ ।
ଏହା ଛଡା ମାଥୁର କହିଛନ୍ତି ‘ଅକ୍ଷୟ କୁମାର ସହିତ ଚୁକ୍ତି ରଦ୍ଦ କରିବା ଛଡା ଆଉ କିଛି ଉପାୟ ନଥିଲା । ଫ୍ରାଞ୍ଚାଇଜ ଓକିଲ ମାନେ ଚୁକ୍ତି ଉପରେ କଥା ହେଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ।
ତାଙ୍କ କହିବା ଅନୁସାରେ ଆର୍ଥିକ ପରିମାଣ ଏବଂ ଅଧିକ ଖର୍ଚ୍ଚକୁ ଦେଖି ଅକ୍ଷୟଙ୍କୁ ଏଡାଇବା ପାଇଁ ଏକମାତ୍ର ଉପାୟଥିଲା । ଫ୍ରାଞ୍ଚାଇଜ ଜାଣିଥିଲା ସେମାନେ ଅକ୍ଷୟଙ୍କ ବିରୋଦ୍ଧରେ ଆଇନଗତ ଭାବରେ ଜିତି ପାରିବେ ନାହିଁ । ଏହି ପରିସ୍ଥିତିରେ ଆମେ ତାଙ୍କୁ ଦୟା ଏବଂ ଅନୁରୋଧ କରିଥିଲୁ ।