fbpx

ଅମିର୍ ଖାନଙ୍କ ଏହି ଫିଲ୍ମରେ ରିଜେକ୍ଟ ହୋଇଯାଇଥିଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ୍ ଖିଲାଡି ଅକ୍ଷୟ କୁମାରୁ ନିଜର ଦମଦାର୍ ଆକ୍ଟିଂ ପାଇଁ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଜଣାଯାଆନ୍ତି । ନିଜର ଆକ୍ଟିଂର ଦମ୍ ରେ ସେ ଆଜି କୋଟି କୋଟି ଫ୍ୟାନ୍ସଙ୍କ ମନ ଜିଣିଛନ୍ତି । ତେବେ ବଲିଉଡ୍ ରେ ତାଙ୍କର ଯାତ୍ରା ସହଜ ନଥିଲା । ଅନେକ ଜାଗାରେ ତାଙ୍କୁ ରିଜେକ୍ଟ କରାଯାଇଛି । ଅନେକଙ୍କୁ ତାଙ୍କ ଅଭିନୟ ଖରାପ ଲାଗିଛି ।

 

View this post on Instagram

 

A post shared by Akshay Kumar (@akshaykumar)

ଅକ୍ଷୟ କୁମାର ୧୯୯୧ ମସିହାରେ ଫିଲ୍ମ ସୌଗନ୍ଧ ଜରିଆରେ ବଲିଉଡ୍ ରେ ପାଦ ଥାପିଥିଲେ । ଆଉ ଏହାପରେ ସେ ୧୯୯୨ରେ ନିର୍ଦ୍ଦେଶକ ମନସୁର୍ ଖାନ୍ ଫିଲ୍ମ “ଜୋ ଜିତା ୱହି ସିକନ୍ଦର୍” ପାଇଁ ଅଡିସନ୍ ଦେଇଥିଲେ । ହେଲେ ଏଥିରୁ ତାଙ୍କୁ ରିଜେକ୍ଟ କରିଦିଆଯାଇଥିଲା । ଏ ସମ୍ପର୍କରେ ଖୋଦ୍ ଅକ୍ଷୟ ଖୁଲାସା କରିଥିଲେ । ସେ କହିଥିଲେ ଯେ, ଅମିର୍ ଖାନ୍ ଙ୍କ ଫିଲ୍ମ “ଜୋ ଜିତା ୱହି ସିକନ୍ଦର୍” ରେ ଶେଖର ମାଲୋହୋତ୍ରା ଭୂମିକା ପାଇଁ ସେ ଅଡିସନ୍ ଦେଇଥିଲେ । ସେ ସମୟରେ ତାଙ୍କ ଅଭିନୟ ସମସ୍ତଙ୍କୁ ଖରାପ ଲାଗିଥିଲା । ଆଉ ତାଙ୍କୁ ରିଜେକ୍ଟ କରିଦିଆଯାଇଥିଲା । ତେବେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ ଅମିର୍ ଖାନ୍, ପୂଜା ବେଦୀ ଓ ଆୟଶା ଜୁଲ୍କା ରହିଥିଲେ । ଏହି ଫିଲ୍ମ ପୁର୍ବରୁ ଅମିର୍ ଖାନ୍ “କୟାମତ୍ ସେ କୟାମତ୍ ତକ୍”, “ଦିଲ୍”, “ଦିଲ୍ ହେ କି ମାନତା ହି ନହି” ଭଳି ଫିଲ୍ମରେ ନଜର ଆସିସାରିଥିଲେ ।

 

View this post on Instagram

 

A post shared by Akshay Kumar (@akshaykumar)

ଯେତେବେଳେ ଅକ୍ଷୟ ଏହି ଚଳଚ୍ଚିତ୍ରରେ ଅଡିସନ୍ ଦେଇଥିଲେ, ସେତେବେଳେ ତାଙ୍କର କିଛି ଫିଲ୍ମ ବକ୍ସ ଅଫିସରେ ମୁକ୍ତିଲାଭ କରିଥିଲା । ପ୍ରକାଶ ଥାଉକି, ଯେତେବେଳେ “ଜୋ ଜିତା ୱହି ସିକନ୍ଦର୍” ରିଲିଜ ହୋଇଥିଲା, ତାର ଏକ ମାସ ପରେ ଅକ୍ଷୟଙ୍କ ‘ଖିଲାଡି’ ଫିଲ୍ମ ରିଲିଜ ହୋଇଥିଲା ଏବଂ ଏହି ଚଳଚ୍ଚିତ୍ରଟି ତାଙ୍କର ପ୍ରଥମ ବଡ ହିଟ୍ ଥିଲା । ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ଷ୍ଟାରଡମ୍ ଆକ୍ସନ୍ ହିରୋ ଭାବରେ ପ୍ରଦର୍ଶିତ ହୋଇଥିଲା । ଏହି ଚଳଚ୍ଚିତ୍ର ହେତୁ ସେ ଖିଲାଡି କିମ୍ବା ବଲିଉଡର ଖିଲାଡି କୁମାର ଭାବରେ ସ୍ୱୀକୃତି ଲାଭ କରିଥିଲେ ଏବଂ ଏହା ପରେ ସେ ଖିଲାଡି ଧାରାବାହିକ ଅନ୍ତର୍ଗତ ଅନ୍ୟାନ୍ୟ ହିଟ୍ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲେ ।

 

View this post on Instagram

 

A post shared by Akshay Kumar (@akshaykumar)

ତେବେ ଆଗକୁ ଅକ୍ଷୟଙ୍କ ଅନେକ ବିଗ୍ ବଜେଟ୍ ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି । ଯେମିତିକି “ବେଲ୍ ବଟମ୍” ଫିଲ୍ମ ଜୁଲାଇ ୨୭ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ବାଣୀ କପୁର୍, ହୁମା କ୍ୟୁରେଶୀ, ଲାରା ଦତ୍ତା ଓ ଆଦିଲ୍ ହୁସେନ୍ ନଜର ଆସିବେ ।

Get real time updates directly on you device, subscribe now.