fbpx
BSKY SKY
BSKY SKY

ଅପରାଧିଙ୍କ ଯନ୍ତ୍ରଣା କମ୍‌ କରିବା ପାଇଁ ଆମେରିକା ଆପଣେଇଲା ନାଇଟ୍ରୋଜେନ ଗ୍ୟାସ ମୃତ୍ୟୁଦଣ୍ଡ

BSKY

ଆଲବାମା: ଅପରାଧିଙ୍କୁ ଦିଆଯାଉଥିବା ମୃତ୍ୟୁଦଣ୍ଡରେ ଯନ୍ତ୍ରଣା କମ କରିବାକୁ ଅନେକ କୌଶଳ ଅବଲମ୍ବନ କରାଯାଉଛି। କିନ୍ତୁ ବର୍ତ୍ତମାନ ଆମେରିକା ବିଶ୍ୱରେ ପ୍ରଥମ ଥର ପାଇଁ ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ଜଣେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେଇଛି।

ସୂଚନା ଅନୁଯାୟୀ, ଆମେରିକା ଆଲବାମା ରାଜ୍ୟରେ କେନେଥ ସ୍ମିଥ ନାମକ ଜଣେ ହତ୍ୟାକାରୀଙ୍କୁୁ ନାଇଟ୍ରୋଜେନ ଗ୍ୟାସ ସାହାଯ୍ୟରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଏନେଇ ଆଲାବାମା ପ୍ରଶାସକ କହିଛନ୍ତି, ଦୋଷୀକୁ ମୃତ୍ୟୁଦଣ୍ଡ ଦେବାର ଏହା ସବୁଠାରୁ କମ ଯନ୍ତ୍ରଣାମୁକ୍ତ ପଦ୍ଧତି। ଏହି ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ଜଣେ ଅପରାଧୀଙ୍କର ସହଜରେ ମୃତ୍ୟୁ ହୋଇପାରିବ, ଯେଉଁଥିଉଁରେ ତାଙ୍କୁ ଯନ୍ତ୍ରଣା କମ ହେବ।

ତେବେ ଆମେରିକାର ମିଡ଼ିଆ ରିପୋର୍ଟ ଅନୁଯାୟୀ, ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀ କେନେଥ ସ୍ମିଥ ୧୯୮୮ରେ ଭଡ଼ା ବଦଳରେ ୪୫ ବର୍ଷୀୟ ଏଲିଜାବେଥ ସେନେଟଙ୍କୁ ହତ୍ୟା କରିଥିଲେ । ଜେଲରେ ଥିବା ଅବସ୍ଥାରେ ୨୦୨୨ରେ ତାଙ୍କୁ ଲେଥାଲ ଇଞ୍ଜେକ୍ସନ ଦେଇ ମାରିବାକୁ ଚେଷ୍ଟା କରାଯାଇଥିଲା । ହେଲେ ସେ ବଞ୍ଚିଯାଇଥିଲେ । ପରେ ୨୦୧୮ରେ ଅଲବାମା, ଓକ୍ଲାଖୋମା ଓ ମିସିସିପିରେ ନାଇଟ୍ରୋଜେନ ଦ୍ୱାରା ମୃତ୍ୟୁଦଣ୍ଡ ଦେବାକୁ ସରକାରୀ ଅନୁମତି ମିଳିଥିଲା ।

Get real time updates directly on you device, subscribe now.