fbpx

ପରଲୋକରେ ଆଲବମ୍ କୁଇନ ଦୀପା ସାହୁ

ଭୁବନେଶ୍ୱର, ୨୭ା୭(ଓଡ଼ିଶା ଭାସ୍କର) : ଆଲବମ୍ କୁଇନ ଦୀପା ସାହୁଙ୍କ ଆଜି ପରଲୋକ ଘଟିଛି । ସେ ଜରାୟୁ କ୍ୟାନସରରେ ପୀଡ଼ିତ ଥିଲେ । ଭୁବନେଶ୍ୱର ସ୍ଥିତ ସ୍ପର୍ଶ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ସେ ଶତାଧିକ ଆଲବମରେ ଅଭିନୟ କରିଥିଲେ । ଖାଲି ଏତିକି ନୁହେଁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟର ଦକ୍ଷତା ଦେଖାଇଥିଲେ ଦୀପା ।

ଦୀପାଙ୍କ ଲୋକପ୍ରିୟ ଆଲବମ୍ ତୋର କୃଷ୍ଣ ଚୁଡ଼ା ରଙ୍ଗର ନାଲି ଓଢ଼ଣୀ, ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା, ଏକଡ଼ା ଏକଡ଼ା ରାରେ, ଲେ ଲେଇଜା ଲଚକମଣି । ପ୍ରାୟ ଏହିପରି କେତେକ ଆଲବମରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ଦୀପା । ନାରୀ ଆଖିରେ ନିଆଁ ଦୀପାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା ।

Get real time updates directly on you device, subscribe now.