fbpx
BJD SKY
BJD SKY

ମଦ ପିଇବା ଦ୍ଵାରା ଶରୀରେ ଘଟୁଛି ଏଭଳି ସମସ୍ୟା ? ରିପୋର୍ଟରୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ

BJD

ନୂଆଦିଲ୍ଲୀ:କିଛି ଲୋକ ବିଶ୍ୱାସ କରନ୍ତି ଯେ ମଦ ପିଇବା ଦ୍ୱାରା ଶରୀରକୁ ଥଣ୍ଡା ଲାଗେ ନାହିଁ । ତେବେ ଶୀତ ରୋକିବା ପାଇଁ ବିଭିନ୍ନ ଲୋକ ଭିନ୍ନ ପ୍ରକାରର କାର୍ଯ୍ୟ କରନ୍ତି । କିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ରମ-ବ୍ରାଣ୍ଡି ପିଇବା ପାଇଁ କୁହନ୍ତି । ଯେଉଁମାନେ ମଦ୍ୟ ପାନ କରନ୍ତି ସେମାନେ କୁହନ୍ତି ମଦ ଶରୀରକୁ ଗରମ ରଖେ ।

କିନ୍ତୁ ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ତଥ୍ୟ ସାମ୍ନାକୁ ଆସି ନାହିଁ । ମୁଖ୍ୟତଃ ଥଣ୍ଡା ଆଉ କଫରେ ପିଡୀତ ରୋଗୀ ମାନଙ୍କୁ କୌଣସି ଅବସ୍ଥାରେ ମଦ୍ୟପାନ କରିବା ଉଚିତ ନୁହେଁ । କାରଣ ରମ କିମ୍ବା ବ୍ରାଣ୍ଡି ପିଇବା ଦ୍ୱାରା ଇମ୍ୟୁନ ଶକ୍ତି ହ୍ରାସ ପାଇଥାଏ ।

ମଦ ପିଇବା ଦ୍ୱାରା ଶରୀରରେ ଗରମ ବାସ କିଛି ସମୟ ପାଇଁ ଅନୁଭୂତ ହୋଇଥାଏ । ଯାହାପାଇଁ କୌଣସି ଡ଼କ୍ତର କିମ୍ବା ବୈଜ୍ଞାନିକ ମଦ ପିଇବା ପାଇଁ କୁହନ୍ତି ନାହିଁ ।
ଏହା ସମ୍ପୂର୍ଣ୍ଣ ରୂପରେ ମିଥ୍ୟା ଅଟେ ଯେ ମଦ ପିଇବା ଦ୍ୱାରା ଶରୀର ଗରମ ହୋଇଥାଏ । କାରଣ ଯେଉଁମାନେ ମଦ ପିଇନ୍ତି ସେମାନଙ୍କୁ ପିଇବା ପାଇଁ ବାସ ବାହାନା ଆବଶ୍ୟକ ହୋଇଥାଏ ।

ତେଣୁ ଏଭଳି କୌଣସି କଥାକୁ ବିଶ୍ୱାସ କରନ୍ତୁ ନାହିଁ । ବରଂ ଶୀତ ଦିନେ ତଟକା ପନିପରିବା ଖାଇବା ସହିତ ପାଣି ପିଇବା ଆବଶ୍ୟକ । ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ସଠିକ ରଖିବାରେ ସହାୟକ ହେବ ।

Get real time updates directly on you device, subscribe now.