fbpx

ପ୍ରଥମ ଘଟଣା: ମାଙ୍କଡ଼ ଧରୁଛି ମାଛ, ସାମ୍ନାକୁ ଆସିଲା ମାଛ ଖାଇବା ସମୟର ବିରଳ ଦୃଶ୍ୟ

ନୂଆଦିଲ୍ଲୀ: ଯୁଗ ଯେତିକି ବଦଳୁଛି, ସେହି ଅନୁସାରେ ନୂଆ ନୂଆ ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ତେବେ ମଣିଷ, ବୃକ୍ଷଲତା, ଜଳବାୟୁ, ପାଣିପାଗକୁ ନେଇ ବୈଜ୍ଞାନିକମାନେ ସର୍ବଦା ଗବେଷଣା ଜାରି ରଖିଥିବା ବେଳେ ଏନେଇ ଅନେକ ସମୟରେ କିଛି ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥାଏ । ତେବେ ଏହା ମଧ୍ୟରେ ଏକ ବଡ଼ ଘଟଣା ଦେଖିବାକୁ ମିଳିଛି । ମାଙ୍କଡ଼ ମାଛ ଧରିବା ସହ ଖାଉଥିବାର ଏକ ଦୃଶ୍ୟକୁ ନେଇ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଉକ୍ତ ଭିଡିଓରେ ଦେଖାଯାଇଥିଲା, ଏକ ବରଫ ମାଙ୍କଡ଼ ଜଳ ମଧ୍ୟରେ ମାଛ ଧରିବାକୁ ପ୍ରୟାସ କରୁଛି । ମାଛଗୁଡ଼ିକ ମାଙ୍କଡ଼କୁ ଦେଖି ଜଳ ମଧ୍ୟରେ ଏଣେତେଣେ ଲୁଚି ଯାଉଥିବା ବେଳେ ମାଙ୍କଡ଼ ମଧ୍ୟ ଚତୁରତାର ସହ ମାଛକୁ ଧରି ଖାଉଥିବା ଦେଖାଯାଇଥିଲା । ଜାପାନନର ଏକ ଅନୁସନ୍ଧାନକାରୀ ଦଳ ଏ ବାବଦରେ ତଥ୍ୟ ପ୍ରଦାନ କରିଛନ୍ତି । ତେବେ ମାଙ୍କଡ଼ ମାଛ ଖାଇବା ଏକ ପ୍ରଥମ ତଥା ବିରଳ ଘଟଣା ବୋଲି ଦର୍ଶାଯାଇଛି ।

ତେବେ ମାଙ୍କଡ଼ ମାଛ ଖାଇବା ପଛରେ କ’ଣ ରହସ୍ୟ ରହିଛି ସେନେଇ ଗବେଷକମାନେ ଅଧିକ ଅନୁଧ୍ୟାନ କରୁଛନ୍ତି । ଏନେଇ ଗବେଷକଙ୍କ ମନରେ ଏକାଧିକ ପ୍ରଶ୍ନ ସୃଷ୍ଟି ହୋଇଛି । ଜଳବାୟୁ ପରିବର୍ତ୍ତନ ସହିତ କିଛି ପ୍ରଜାତିଙ୍କ ଗୁଣ ଓ କାର୍ଯ୍ୟକଳାପରେ ପରିବର୍ତ୍ତନ ଘଟୁଥିବା ନେଇ ପୂର୍ବରୁ ଅନେକ ତଥ୍ୟ ମିଳିଛି । ତେଣୁ ମାଙ୍କଡ଼ କ୍ଷେତ୍ରରେ ସେପରି କିଛି ହୋଇଥିବା ନେଇ ଅନୁମାନ କରାଯାଇଛି । ଏଥିସହିତ ପ୍ରବଳ ଥଣ୍ଡାରୁ ରକ୍ଷା ପାଇବା ପାଇଁ ମାଙ୍କଡ଼ ମାଛ ସେବନ କରୁଥାଇପାରେ ବୋଲି ଅନୁମାନ କରାଯାଇଛି । ଅନ୍ତର୍ଜାତୀୟ ସ୍ତରର ଏକ ବିଜ୍ଞାନ ପତ୍ରିକାରେ ଏ ବାବଦରେ ରିପୋର୍ଟ ପ୍ରକାଶ ପାଇଛି ।

Get real time updates directly on you device, subscribe now.