Breaking: କାଲି ପର୍ଯ୍ୟନ୍ତ 12 ଜିଲ୍ଲାକୁ ଓ୍ବାର୍ଣ୍ଣିଂ, ଘଡ଼ଘଡ଼ି ବର୍ଷା ସାଙ୍ଗକୁ ବୋହିବ ପବନ
ଘଡ଼ଘଡ଼ି ବର୍ଷା ସହିତ 40ରୁ 50 କିଲୋମିଟର ବେଗରେ ବୋହିବ ପବନ । ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସଆରସି ।
ଭୁବନେଶ୍ବର: 12 ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ବର୍ଷା ନେଇ ଅରେଞ୍ଜ ଏବଂ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି । ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଗଞ୍ଜାମ, ଗଜପତି, ଜଗତସିଂପୁର ଏବଂ କଟକକୁ ମଧ୍ୟ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅରେଞ୍ଜ ଓ୍ବାର୍ଣ୍ଣିଂ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହିତ 40ରୁ 50 କିଲୋମିଟର ବେଗରେ ପବନ ବୋହିପାରେ । ସେହିପରି ୟେଲୋ ଓ୍ବାର୍ଣ୍ଣିଂ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହିତ 30ରୁ 40 କିଲୋମିଟର ବେଗରେ ପବନ ବୋହିପାରେ ।
ତେବେ ବର୍ଷା ପବନ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସଆରସି । ପ୍ରକାଶଥାଉକି, ପୂର୍ବରୁ 19ରୁ 21 ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ ।